ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣା ! ସହକାରୀ ଯନ୍ତ୍ରୀ କିଶୋର ରାଉତଙ୍କ ଆତ୍ମସମର୍ପଣ, କାମ ବେଳେ ଅନୁପସ୍ଥିତ ଥିବା ନେଇ କଲେ ସ୍ୱୀକାର

24

କନକ ବ୍ୟୁରୋ : ନିର୍ମାଣଧୀନ ବମିଖାଲ ଓଭରବ୍ରିଜ ଭୁଶୁଡିବା ଘଟଣାରେ ପଣ୍ଡା ଇନଫ୍ରାର ସହକାରୀ ଯନ୍ତ୍ରୀ କିଶୋର ରାଉତଙ୍କ ଆତ୍ମସମର୍ପଣ । ଡିସପି ଅଫିସରେ କିଶୋର ରାଉତ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରାଯାଇଛି । କାମ ବେଳେ ସେ ଅନୁପସ୍ଥିତ ଥିବା ଘରକୁ ପଳାଇଥିବା କିଶାର ରାଉତ ସ୍ୱୀକାର କରିଛନ୍ତି । ଏପରିକି ଉପରିସ୍ତ କର୍ମଚାରୀଙ୍କ ଅନୁମତି ନେଇ ଘରକୁ ଯାଇଥିବା ସେ କହିଛନ୍ତି । କାମରେ ଅବହେଳା ନେଇ କିଶୋର ରାଉତଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା । ସେହିଭଳି ପ୍ରୋଜେକ୍ଟ ମ୍ୟାନେଜର ବିପୁଳ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।