ବିଧାନସଭାରେ ପାଣି ତାତି, ଅପରାହ୍ନ ୫ଟା ପର୍ଯ୍ୟନ୍ତ ଗୃହମୁଲତବୀ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭା ରେ ପାଣି ତାତି । ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ଜାହିର କରିଛନ୍ତି ବିରୋଧୀ । ଫଳରେ ଗୃହକୁ ୫ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି । ଜଳକଷ୍ଟ ନେଇ ରାଜ୍ୟ ସାରା ହାହାକାର । ପିଇବା ପାଣି ଯୋଗାଇଦେବାରେ ସରକାର ବିଫଳ । ୨୪ ଘଂଟାରେ ନଳକୂପ ଯୋଗାଇଦେବାରେ ସରକାରଙ୍କ ପ୍ରତିଶ୍ରୁତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରାବାହିନୀ ପତି । ରାଜ୍ୟସରକାର କେବଳ ପ୍ରକୃତି ଓ କେନ୍ଦ୍ରକୁ ଦୋଷ ଦେଇ ପଳାୟନପନ୍ଥା ଅବଲମ୍ବନ କରୁଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି । ଏଲନିନୋ ପ୍ରଭାବ ଯୋଗୁ ଜଳ ସଂକଟ ଦେଖାଦେଇଥିବା ମନ୍ତ୍ରୀ ବଦ୍ରି ପାତ୍ର ଗୃହରେ ବିବୃତି ରଖିଛନ୍ତି । ସରକାର ଜଳ ସଂକଟ ଦୂର ପାଇଁ ପଦକ୍ଷେପ ନେଇଛନ୍ତି । ଜଳ ସମସ୍ୟା ଅଂଚଳରେ ୯୨୪ ପାଣି ଟ୍ୟାଙ୍କର କାମ କରୁଛି । ପାନୀୟ ଜଳ ସମସ୍ୟା ନେଇ କେନ୍ଦ୍ରକୁ ଦାୟୀ କରିଛି ଶାସକ ଦଳ । ନ୍ୟାସନାଲ ରୁରାଲ ଡ୍ରିଙ୍କିଙ୍ଗ ୱାଟର ପ୍ରୋଜେକ୍ଟରେ କେନ୍ଦ୍ର ଅନୁଦାନ ବନ୍ଦ କରିଥିବା ବଦ୍ରିନାରାୟଣ ପାତ୍ର କହିଛନ୍ତି ।