ବିଧାନସଭାରେ ପାତ୍ରପୁର ଗଣଦୁଷ୍କର୍ମ ତାତି ! ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି କଂଗ୍ରେସ ଓ ବିଜେପିର ହଟ୍ଟଗୋଳ

27

କନକ ବ୍ୟୁରୋ : ପାତ୍ରପୁର ଗଣଦୁଷ୍କର୍ମ ନେଇ ଉଠିଲା ପଡିଲା ବିଧାନସଭା । ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟରେମାନେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହ ମଧ୍ୟରେ ହଟ୍ଟଗୋଳ କରିଛନ୍ତି । ଫଳରେ ଏକ ଘଂଟା ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ତେବେ ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ବିରୋଧୀ ଅଯଥାରେ ହଟ୍ଟଗୋଳ କରୁଛନ୍ତି ।

ଗଂଜାମ ଜିଲ୍ଲା ପାତ୍ରପୁର ଅଂଚଳରେ ଏକ ଜଂଗଲ ଭିତରେ ଜଣେ ନାବାଳିକାଙ୍କୁ ୯ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କଂଗ୍ରେସ ସମର୍ଥୀତ ସରପଂଚ ପ୍ରାର୍ଥୀଙ୍କ ଝିଅକୁ ଗତ ୯ ତାରିଖ ଦିନ ଅପହରଣ କରି ନେଇ ଦୁର୍ବୃତ, ଜଙ୍ଗଲ ଭିତରେ ୯ ଦିନ ଧରି ଗଣଦୁଷ୍କର୍ମ କରିବା ପରେ ଗାଁରେ ଛାଡି ଦେଇଥିଲେ । ଏନେଇ ପୀଡିତାଙ୍କ ପରିବାର ଲୋକ ବ୍ରହ୍ମପୁର ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-