ଜିଏସଟି ବିଲ ପାଇଁ ଆଜି ବସିବ ସ୍ୱତନ୍ତ୍ର ଅଧିବେଶନ : ଦିନିକିଆ ବିଧାନସଭା ଅଧିବେଶନରେ ବିଲକୁ ଗୃହୀତ ପାଇଁ ହେବ ଆଲୋଚନା

19

କନକ ବ୍ୟୁରୋ : ଆଜି ବସିବ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଦିନିକିଆ ଅଧିବେଶନ। ଜିଏସଟି ବିଲକୁ ଅନୁମୋଦନ କରିବା ପାଇଁ ସରକାର ଏହି ଅଧିବେଶନ ଡାକିଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଏକ ପ୍ରସ୍ତାବ ଆଗତ କରିବେ। ସବୁ ଦଳର ବିଧାୟକ ଏସଂପର୍କିତ ଆଲୋଚନାରେ ଭାଗ ନେବେ।

ଜିଏସଟି ବିଲ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଛି। ତେବେ ସଂଶୋଧନ ବିଲ ହୋଇଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅତିକମରେ ୫୦ ପ୍ରତିଶତ ରାଜ୍ୟଙ୍କ ସହମତି ଆବଶ୍ୟକ। ଏଥିପାଇଁ ଆଜି ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି।  ଜିଏସଟି ବିଲକୁ ଉଭୟ ବିଜେଡି ଓ କଂଗ୍ରେସ ସମର୍ଥନ କରିଥିବା ବେଳେ କେନ୍ଦ୍ରରେ ବିଜେପି ସରକାର ରହିଛି। ତେଣୁ ଓଡିଶା ବିଧାନସଭାରେ ଏହି ବିଲ୍ ଗୃହୀତ ହେବାରେ କୌଣସି ଅସୁବିଧା ନାହିଁ।

ଏହା ସହ ଦେଖନ୍ତୁ ଏହି ଭିଡିଓ –