ତୁରନ୍ତ ଛାଡ ସରକାରୀ କ୍ୱାଟର୍ସ: ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

346

କନକ ବ୍ୟୁରୋ: ପୂର୍ବତନ ବିଧାୟକଙ୍କୁ କ୍ୱାଟର୍ସ ଛାଡିବାକୁ ନିର୍ଦ୍ଦେଶ । ଯେଉଁମାନେ ଚଳିତ ନିର୍ବାଚନରେ ନଜିତି ବି ପୁରୁଣା କ୍ୱାଟର୍ସରେ ରହିଛନ୍ତି ସେମାନଙ୍କୁ ତୁରନ୍ତ ଛାଡିବାକୁ ନୋଟିସ୍ ହୋଇଛି । ସମସ୍ତ ପୂର୍ବତନ ବିଧାୟକଙ୍କୁ କ୍ୱାଟର୍ସର୍ ଛାଡିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ତେବେ ହାରିବା ସତ୍ତେ୍ୱ ମଧ୍ୟ ଅନେକ ବିଧାୟକ ସରକାରୀ କ୍ୱାଟର୍ସ ମାଡିବସିଛନ୍ତି । ନୂଆ ବିଧାୟକ ଆସିବା ପରେ ବି ସେମାନେ ଆଦୌ ଛାଡୁ ନାହାନ୍ତି । ତେଣୁ ସେମାନେ ଛାଡିଲେ ଯାଇ ନୂଆ ବିଧାୟକଙ୍କୁ କ୍ୱାଟର୍ସ ମିଳିପାରିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

କ୍ୱାଟର୍ସ ନଛାଡିଲେ ସେମାନଙ୍କୁ ପାଣି, ବିଜୁଳି ବନ୍ଦ କରାଯିବ ବୋଲି ମଧ୍ୟ ନୋଟିସ ହୋଇଛି । ତେବେ ମୋଟ ୨୬ ପୂର୍ବତନ ବିଧାୟକ କ୍ୱାଟର୍ସ ଛାଡିନଥିବା ସୂଚନା ମିଳ