ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

44

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଏଥର ଗୃହ ସରଗରମ ହେବା ସମ୍ଭାବନା ରହିଛି । କାରଣ ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ପାଜେରୋ ବିବାଦ ଗୃହକୁ ଆଚ୍ଛାଦିତ କରି ରଖିବ । କାରଣ ମନ୍ତ୍ରୀଙ୍କ ଚିଟଫଣ୍ଡ ସଂପୃକ୍ତି ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବି କରିଆସୁଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ସେପଟେ ମନ୍ତ୍ରୀଙ୍କୁ ସିବିଆଇ ନୋଟିସ ପରେ ବ୍ୟାକଫୁଟ୍ରେ ଅଛନ୍ତି ସରକାର । ମନ୍ତ୍ରୀଙ୍କୁ ନେଇ ବିଜେଡି ଭିତରେ ବିଦ୍ରୋହର ସ୍ୱର ମଧ୍ୟ ଶାସକ ଦଲକୁ ଅଡୁଆରେ ପକାଇପାରେ । ବିଭାଜିତ ବିଜେଡି ବିରୋଧୀ ଦଳର ମୁକାବିଲା କରିବା ନେଇ କେତେ ପ୍ରସ୍ତୁତ ତା ଉପରେ ନଜର ରହିବ । ସେହିପରି ଖରା ଆରମ୍ଭରୁ ସାରା ରାଜ୍ୟରେ ଜଳ କଷ୍ଟକୁ ମଧ୍ୟ ଶାସକ ଦଳ ବିରୋଧରେ ବ୍ୟବହାର କରିପାରନ୍ତି ବିଜେପି ଓ କଂଗ୍ରେସ ।