ପ୍ରଥମ ଦିନରେ ଚାଲିପାରିଲାନି ବିଧାନସଭା : ଚାଷୀ ମାରଣ ନୀତି ପ୍ରସଙ୍ଗକୁ ନେଇ ଉଠିଲା ପଡ଼ିଲା ଗୃହ

111

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ପରେ ଶୂନ୍ୟକାଳ ବି ଚାଲିପାରିଲାନି । ଫଳରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରହିଛି । ଚାଷୀ ମାରଣ ନୀତି ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା କରିବାକୁ କଂଗ୍ରେସ ଦାବି କରିଥିଲା । ଗୃହ ମଧ୍ୟଭାଗରେ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢ଼ି ଯାଇଥିଲେ । କଂଗ୍ରେସର ପ୍ରସ୍ତାବକୁ ବିଜେପି ବିଧାୟକ ସମର୍ଥନ କରିଥିଲେ ।   ଶୋକପ୍ରସ୍ତାବ ଆଗତ ପରେ ବିରୋଧୀ ଦଳ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବା ସହ ସରକାର ବିରୋଧରେ ନାରାବାଜି କରିଛନ୍ତି । ପ୍ରଶ୍ନକାଳ ବାତିଲ କରି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରି ହଟ୍ଟଗୋଳ କରିଛନ୍ତି ବିରୋଧୀ ।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ଆଜି ମାତ୍ର ଗୃହ ୧୪ ମିିନିଟ୍ ଚାଲିପାରିଛି ।  ଡିସେମ୍ବର ୧୫ଯାଏ ହେବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୩ଟି କାର୍ଯ୍ୟଦିବସ ରହିଛି । ଏ ମଧ୍ୟରୁ ୧୯ଟି ସରକାରୀ ଓ ଅନ୍ୟ ୪ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ସେପଟେ  ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ସରକାର ଚାଷୀଙ୍କ ଆନ୍ଦୋଳନକୁ ଅଗଣତାନ୍ତ୍ରୀକ ଭାବେ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି । ଚାଷୀ ସମସ୍ୟା ସମାଧାନ ପାଇଁ ପ୍ରଶ୍ନକାଳ ବାତିଲ କରି ଚାଷୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଦାବି କରିଥିଲେ । କିନ୍ତୁ ଏହାକୁ ସରକାର ଗ୍ରହଣ ନକରିବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ ।