ଆସନ୍ତା ୨୫ରୁ ଗରମ ହେବ ଗୃହ । ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ ।

107

କନକ ବ୍ୟୁରୋ: ଆସନ୍ତା ୨୫ରୁ ଷୋଡ଼ଶ ବିଧାନସଭାର ମୌସୁମୀ ବିଧାନସଭା ଅଧିବେଶନ । ମୌସୁମୀ ଅଧିବେଶନ ୨ଟି ପର୍ଯ୍ୟାୟରେ ବୋଲି ଜଣାପଡ଼ିଛି। ବିଧାନସଭାର ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଜୁନ ୨୫ରୁ ଜୁଲାଇ ୨ ଯାଏଁ ବସିବାକୁ ଥିବା ବେଳେ ଜୁଲାଇ ୧୨ ରୁ ଅଗଷ୍ଟ ୮ ତାରିପ ପର୍ଯ୍ୟନ୍ତ ଚାଲିବ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ସେହିପରି ଆଗାମୀ ମୌସୁମୀ ଅଧିବେଶନ ଅବସରରେ ଆସନ୍ତା ୨୮ତାରିଖରେ ବଜେଟ ଉପସ୍ଥାନପନ ହେବ। ଚଳିତ ବଜେଟ ଅଧିବେଶନରେ ୩୦ଟି କାର୍ଯ୍ୟ ଦିବସର ସ୍ଥିତିରିକୃତ ହୋଇଛି । ସରକାରୀ ବିଲ୍ ପାସ୍ ପାଇଁ ୩ ଓ ବେସରକାରୀ ବିଲ୍ ପାଇଁ ୩ଟି କାର୍ଯ୍ୟ ଦିବସ ରହିବ। ଏହା ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜୁନ ୨୫ରେ ଅଭିଭାଷଣ ରଖିବେ ।

ଅନ୍ୟପଟେ ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ପାଇଁ ବିଜେଡିର ବ୍ଲୁ-ପଣ୍ଟ୍ । ପଞ୍ଚମ ପାଳିର ପ୍ରଥମ ମୌସୁମୀ ଅଧିବେସନ ପୂର୍ବରୁ ବିଧାୟକଙ୍କ ସହ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକ ପରେ, ନବୀନ କହିଛନ୍ତି କି, ରାଜ୍ୟର ସ୍ୱାର୍ଥ ନେଇ ବିଧାନସଭାରେ ସମସ୍ତ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ରହିଛି ବିଜେଡି । ୨୦୧୯ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବୁ । ତେଣୁ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି ନବୀନ ।

ସେପଟେ ଆସନ୍ତା ୨୫ ତାରିଖରୁ ବିଧାସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ । ରାଜ୍ୟ ବିଜେପିର ବିଧାୟକ ଦଳ ନେତା କିଏ ହେବ ସେନେଇ ଦିଲ୍ଲୀ ଦରବାରରୁ ଆସିବ ଗ୍ରୀନ୍ ସିଗନାଲ । ଆଉ ଓଡ଼ିଶା ବିଜେପି ବିଧାୟକ ଦଳ ନେତା କିଏ ହେବ ସେନେଇ ନିଷ୍ପତି ନେବେ ବିଜେପି ରାଷ୍ଟ୍ରୀୟ ଅମିତ ଶାହା । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଖାପାଖି ଦେଢ଼ ଘଣ୍ଟାର ମାନସ ମନ୍ଥନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହାଙ୍କ ପାଖକୁ ବିଧାୟକଙ୍କ ତାଲିକା ପଠାଇଛି ବିଜେପି ବୋଲି ବୈଠକ ପରେ କହିଛନ୍ତି ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ । ତେଣୁ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ବିଧାୟକ ଦଳ ନେତା କିଏ ହେବ ସେନେଇ ସବୁଜ ସଂକେତ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।