ବିଧାନସଭା ମୌସୁମୀ ଅଧିବେଶନ ଶେଷ ଦିନରେ ପେଟ୍ରୋଲ ଦର ବୃଦ୍ଧି ତାତି ! ଗୃହର ମଧ୍ୟ ଭାଗରେ ବିରୋଧୀ କଂଗ୍ରେସ ସଭ୍ୟଙ୍କ ହୋହାଲ୍ଲା

32

assembly-oil issueକନକ ବ୍ୟୁରୋ : ବିଧାନସଭାରେ ତେଲ ତାତି । ପେଟ୍ରୋଲ ଓ ଡିଜେର ଦର ବୃଦ୍ଧି ନେଇ ଗୃହ ହୁଲସ୍ତୁଲ । କଂଗ୍ରସ ସଭ୍ୟ ମାନେ ଗୃହର ମଧ୍ୟ ଭାଗକୁ ଆସି ଗାଉନ ପିନ୍ଧି ହୋହାଲ୍ଲା କରିଛନ୍ତି । ବିଜେଡି ସଭ୍ୟ ମାନେ ମଧ୍ୟ କଂଗ୍ରେସ ସହ ସ୍ୱର ମିଳାଇଛନ୍ତି । ନିଜ ଆସନରେ ଛିଡା ହୋଇ ବିଜେଡି ସଭ୍ୟ ମାନେ ନାରାବାଜି ଦେଇଛନ୍ତି । ଫଳରେ ଗୃହକୁ ୩ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତି । ସେପଟେ ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଭୁଷୁଡିବା ଘଟଣାରେ ବିଧାନସଭାରେ ଆଜି ବିରୋଧୀ ମୁଲତବୀ ପ୍ରସ୍ତାବ ଦେଇଛନ୍ତି । ଗତ ରବିବାର ଦିନ ଢଳେଇ ବେଳେ ଏହି ଓଭରବ୍ରିଜ ଭୁଷୁଡିଯାଇଥିଲା । ଏଥିରେ ଜଣେ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଘଟଣାର ତଦନ୍ତ କରି ରିପୋର୍ଟ ତଲବ କରିଛନ୍ତି । ଘଟଣାରେ କାର୍ଯ୍ୟାନୁଷ୍ଠାନ ବି ନେଇଛନ୍ତି ସରକାର ।

ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଅମର ଶତପଥୀ । ଅନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୧୦୮ରୁ ଖସି ୫୦ ହେଲାଣି ର ଏନଡିଏ ସରକାର ଯେଉଁ ଭରସା ଦେଇଥିଲା, ସେଥିରେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି । କମ୍ପାନୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରତିଦିନ ତେଲ ଦର କମିବାର ଓ ବଢିବାର ନିଷ୍ପତ୍ତି ନିଆଯାଇଛି । ଫଳରେ ଖାଉଟି ହନ୍ତସନ୍ତ ହେଉଛନ୍ତି । ଏହା ଜନ ବିରୋଧୀ ନିଷ୍ପତ୍ତି । ତେଣୁ ବିଜେଡି ମଧ ପ୍ରତିବାଦ କରୁଛି ବୋଲି ଅମର ଶତପଥୀ କହିଛନ୍ତି । ତିନି ବର୍ଷରେ ତେଲ ଦର ସର୍ବାଧିକ ସ୍ତର ଛୁଇଁଛିି । ୨୦୧୪ ପରେ ପ୍ରଥମଥର ଲାଗି ଲିଟର ପିଛା ୭୦ ଟଙ୍କା ଟିପିଛି ପେଟ୍ରୋଲ ଦର । ଏଥିପାଇଁ କେନ୍ଦ୍ରରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି ।