ନିର୍ବାଚନ ପାଇଁ ନିୟମ ବଦଳାଇଲେ ନିର୍ବାଚନ ଆୟୋଗ ! ଏଭଳି ପ୍ରକ୍ରିୟାରେ ଜାଣିପାରିବେ କିଏ ଜିତିବ କେଉଁ ସିଟ୍  ।

282

୫ ଟି ରାଜ୍ୟ ଯଥା ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା,ମଧ୍ୟପ୍ରଦେଶ,ମିଜୋରାମ ଆଦି ରାଜ୍ୟର ବିଧାନସଭା ନିର୍ବାଚନର ପରିଣାମ କିଛି ଘଣ୍ଟା ପରେ ସାମ୍ନାକୁ ଆସିଯିବ । ଅଲଗା ଅଲଗା ତାରିଖରେ ଏହି ୫ ଟି ରାଜ୍ୟର ଭୋଟିଙ୍ଗ୍ କରାଯାଇଥିଲା । ଏହି ନିର୍ବାଚନକୁ ଲୋକସଭା ନିର୍ବାଚନର ମେସିଫାଇନାଲ୍ କୁହାଯାଉଛି । ତେବେ ଏହା ଭିତରେ ନିର୍ବାଚନ ଆୟୋଗ ଫଳାଫଳ ଜାରୀ କରିବାର ନିୟମକୁ ବଦଳିଥିବା କଥା ଘୋଷଣା କରିଛନ୍ତି ।

ମତଦାନ କେନ୍ଦ୍ରରେ ନିର୍ବାଚନ ଅନିୟମିତ ଆଧାରରେ ହେବ । 

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ଭୋଟ୍ ଗଣନା ସମୟରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ମତଦାନ କେନ୍ଦ୍ରର ଏଭିଏମ୍ ଏବଂ ଭୋଟର ଭେରିଫାଇଡ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ଚିରକୁଟିକୁ ମିଶାଯିବ । ମୁଖ୍ୟ ନିର୍ବାଚନ ପଦଧିକାରୀ (ସିଇଓ) କାର୍ଯ୍ୟାଳୟ ମୁତାବକ ଭୋଟ୍ ଗଣତି ସମୟରେ ସବୁ ବିଧାନସଭା କ୍ଷେତ୍ରରେ ଗୋଟିଏ ମତଦାନ କେନ୍ଦ୍ରରେ ନିର୍ବାଚନ ଅନିୟମିତ ଆଧାରରେ କରାଯିବ । ମତଦାନ କେନ୍ଦ୍ରରୁ ଅଣାଯାଇଥିବା ଭିଭିପିଏଟିର ଚିରକୁଟିର ମିଳାପ ଇବିଏମ୍ କଣ୍ଟ୍ରୋଲ୍ ୟୁନିଟ୍ ରେ ପ୍ରଦର୍ଶିତ ସଂଖ୍ୟାରେ କରାଯିବ । ଏହି କାମ ଚୟନକର୍ତ୍ତା, ନିର୍ବାଚନ ଅଭିକର୍ତ୍ତା ଏବଂ କେନ୍ଦ୍ରୀୟ ପ୍ରେକ୍ଷକଙ୍କ ଉପସ୍ଥିତିରେ କରାଯିବ । ଯାହାର ଭିଡିଓଗ୍ରାଫି ମଧ୍ୟ କରାଯିବ ।

ଭିଭିପିଏଟି ଚିରକୁଟି ସାହାଯ୍ୟରେ ଭୋଟ୍ ଗଣାଯିବ । 

ଭୋଟ୍ ଗଣନା କକ୍ଷ ଭିତରେ ହିଁ ଭିଭିପିଏଟି ଚିରକୁଟି ସାହାଯ୍ୟରେ ଭୋଟ୍ ଗଣନାର ସତ୍ୟାପନ ହେବ । ଏହି ମତଗଣନା ପାଇଁ ଭିଭିପିଏଟି କାଉଣ୍ଟିଙ୍ଗ୍ ବୁଥ୍ କୁ ବ୍ୟାଙ୍କ୍ ଭଳି ପ୍ରସ୍ତୁତ କରାଯିବ । ଏଥିପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସବୁ ପ୍ରାର୍ଥୀଙ୍କୁ ପୂର୍ବରୁ ସୂଚନା ଦିଆଯାଏ । ମତଦାନ କେନ୍ଦ୍ରର ଚୟନ କରିବା ପାଇଁ ଧଳା କାଗଜର ଚିରକୁଟିରେ କେନ୍ଦ୍ରର ନମ୍ବର ଲେଖି ଭୋଟ୍ ବାକ୍ସରେ ପକାଯିବ ଏବଂ ଏହି ଚିରକୁଟିକୁ କେନ୍ଦ୍ରରୁ ବାହାର କରି ରାଣ୍ଡମ୍ ଚୟନ କରାଯିବ । ଏହି କାର୍ଯ୍ୟ ଇଭିଏମ୍ ରୁ ଗଣନାର ଅନ୍ତିମ ରାଉଣ୍ଡ ତତ୍କାଳ ପଶ୍ଚାତ୍ କରାଯିବ । ଯାହା ସମସ୍ତଙ୍କ କଡା ନଜରରେ ହେବ ।

ମିଜୋରାମ ବିଧାନସଭା ନିର୍ବାଚନ ୨୦୧୮  : ମିଜୋରାମରେ ୪୦ ଟି ବିଧାନସଭା ସିଟ୍ ରେ ନଭେମ୍ବର ୨୮ ତାରିଖରେ ଭୋଟିଂ ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଆଶୀଷ କୁନ୍ଦ୍ରାଙ୍କ କହିବାନୁସାରେ ସକାଳ ଆଠ ଠାରୁ ୧୩ ଟି କେନ୍ଦ୍ରରେ ଭୋଟ୍ ଗଣନା ହେବ । ଏହି ୧୩ ଟି କେନ୍ଦ୍ର ୮ ଟି ଜିଲ୍ଲାରେ ପ୍ରସ୍ତୁତ କରାଯାଇଛି ।

ତେଲେଙ୍ଗାନା ବିଧାନସଭା ନିର୍ବାଚନ ୨୦୧୮  : ତେଲେଙ୍ଗାନା ନିର୍ବାଚନର ଭାଗ୍ୟପରୀକ୍ଷା ମଧ୍ୟ ଆଜି ହେବ । ଏଠାରେ ୧୧୯ ଟି ସିଟ୍ ପାଇଁ ମତଗଣନା ହେବ । ଯାହାର ଫଳାଫଳ ୧୮୨୧ ଜଣ ପ୍ରାର୍ଥୀଙ୍କ ଭବିଷ୍ୟ ଉପରେ ନିର୍ଭର କରୁଛି । ରାଜ୍ୟର ୧୧୯ ଟି ବିଧାନସଭା ସିଟ୍ ପାଇଁ ଡିସେମ୍ବର ୭ ତାରିଖ ଭୋଟିଙ୍ଗ୍ ହୋଇଥିଲା ଏବଂ ରାଜ୍ୟରେ ୭୩.୨୦ % ଭୋଟିଙ୍ଗ୍ ହୋଇଥିଲା ।

ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୧୮  : ରାଜସ୍ଥାନରେ ୨୦୦ ରୁ ୧୯୯ ସିଟ୍ ରେ ଡିସେମ୍ବର ୭ ତାରିଖ ଭୋଟିଙ୍ଗ୍ ହୋଇଥିଲା । ପାଖାପାଖି ୨୦,୦୦୦ କର୍ମଚାରୀ ସକାଳ ୮ ଟାରୁ ମତଗଣନା କାମ ଆରମ୍ଭ କରିସାରିଛନ୍ତି ।

ଛତିଶଗଡ ବିଧାନସଭା ନିର୍ବାଚନ ୨୦୧୮  :  ଛତିଶଗଡରେ ୯୦୦ ସିଟ୍ ପାଇଁ ନିର୍ବାଚନ ହେବ । ଭୋଟ୍ ଗଣନା ପାଇଁ ୫୧୮୪ ଗଣନାକର୍ମୀ ଏବଂ ୧୫୦୦ ମାଇକ୍ରୋ ଅବ୍ଚରଭରଙ୍କୁ ନିୟୁକ୍ତ କରାଯାଇଛି । ପ୍ରତ୍ୟେକ ହଲରେ ମତଗଣନା ପାଇଁ ୧୪ ଟେବଲ,ରିଟର୍ଣ୍ଣିଙ୍ଗ୍ ଅଫିସର୍ ମେଜ୍ ଏବଂ ଡାକ ମତପତ୍ରର ଗଣନା କରାଯିବ ।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ୨୦୧୮  :  ମଧ୍ୟପ୍ରଦେଶରେ ୨୩୦ ସିଟ୍ ପାଇଁ ୨୮ ନଭେମ୍ବରରେ ଭୋଟ୍ ହୋଇଥିଲା । ଯେଉଁଠାରେ ସକାଳ ୮ ରୁ ମତଗଣନା ଆରମ୍ଭ ହୋଇଯାଇଛି । ଏହି ମତଗଣନା ୫୧ ଜିଲ୍ଲାରେ ହେବ । ଭୋଟ୍ ଗଣତି ସମୟରେ ୧୨୦୦ ସିସିଟିଭି କ୍ୟାମେରା ଲାଗିବ ।