ମୋଦିଙ୍କ ପାଇ ସହଜ ହେବନି ୨୦୧୯ ନିର୍ବାଚନ ! ଅମିତ ଶାହଙ୍କୁ ବଦଳାଇବା ପାଇଁ ପଡ଼ିବ ରଣନୀତି . . .

257
କନକ ବ୍ୟୁରୋ : ସେମିଫାଇନାଲରେ କାମ ଦେଲାନି ମୋଦି ଲେହେର । ପ୍ରଧାନମନ୍ତ୍ରୀଙ୍କ ଘୋଷଣା କରିଥିବା ସବୁ ଯୋଜନା ଗୁଡ଼ିକ ଫେଲ୍ ମାରିଗଲା । କେବଳ ଯେ ପ୍ରତିଶ୍ରୁତି ଦେଇଦେଲେ ତ କିଛି ହେବନି, ପୁରା କରିବା ପାଇଁ ପଡ଼େ । ସେମିଫାଇନାଲରେ ମୋଦି ସରକାରଙ୍କ ଉପରେ ପୁଞ୍ଜିଭୂତ ରାଗ ସ୍ପଷ୍ଟ ବାରିହୋଇପଡ଼ୁଛି । ନା କାମରେ ଆସିଲା ମୋଦିଙ୍କ ରାଲି ନା କାମରେ ଆସିଲେ ଯୋଗୀ । ବିଜେପି ସତ୍ତାରୂଥ ୩ ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଓ ଯୋଗୀ ଆଦିତ୍ୟନାଥ ଅଧିକ ନିର୍ବାଚନୀ ରାଲି କରିଥିଲେ । ଗୋଟିଏ ପରେ ଗୋଟିଏ ରାଲି ହେଲା ସିନା, ଫଳାଫଳ ଆସିଲା ବେଳକୁ ବିରୋଧୀ କହୁଛନ୍ତି ବିଜେପି ମୁକ୍ତ ଭାରତ । ଏବେ ପର୍ଯ୍ୟନ୍ତ ମିଳିଥିବା ଅପଡ଼େଟ୍ ଅନୁସାରେ ମୋଦି ଲେହେର ଛାଡ଼ି ସବୁ ରାଜ୍ୟରେ କଂଗ୍ରେସ ଲେହେର ସ୍ପଷ୍ଟ ନଜର ଆସୁଛି ।
image courtesy – www.newsx.com
ବିଗତ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଅନେକ ଯୋଜନାର ଘୋଷଣା କରିଛନ୍ତି । ଉଜ୍ଜଳା ଯୋଜନା, ମେଡ଼ିକାଲ ଇନସ୍ୟୁରାନ୍ସ, ଫସଲ ବୀମା, ଶୌଚାଳୟ ଓ ଆବାସ ଯୋଜନା ଆଦି ପ୍ରମୁଖ  । ହେଲେ ଯୋଜନା ଗୁଡ଼ିକର କୌଣସି ପ୍ରଭାବ ବିଧାନସଭା ନିର୍ବାଚନରେ ଦେଖିବା ପାଇଁ ମିଳିଲା ନାହିଁ । ସେପଟେ କଂଗ୍ରେସ ଅଧ୍ୟକ୍ଷ ହେବାପରେ ରାହୁଲ ଗାନ୍ଧୀଙ୍କ ପାଇଁ ଏହା ଏକ ବିରାଟ ସଫଳତା ବୋଲି କୁହାଯାଉଛି ।
ତେବେ ବିଧାନସଭା ଫଳାଫଳକୁ ଦୃଷ୍ଟିରେ ରଖିଲେ ଜଣାପଡ଼ୁଛି ଅମିତ ଶାହଙ୍କୁ ୨୦୧୯ ଲୋକସଭା ନିର୍ବାଚନ ପାଇଁ ରଣନୀତିରେ ବିରାଟ ପରିବର୍ତ୍ତନ କରିବା ପାଇଁ ପଡ଼ିବ । କାରଣ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଗତ ଲୋକସଭା ନିର୍ବାଚନରେ ବଡ଼ ସଫଳତା ମିଳିଥିଲା । ବିଜେପି ପ୍ରତି ବିମୁଖ ହୋଇପଡ଼ିଥିବା ଜନତାଙ୍କୁ ପୁଣି ଥରେ ଆକର୍ଷିତ କରିବା ପାଇଁ ଅମିତ ଶାହକଙ୍କୁ ଆଗାମୀ ନିର୍ବଚନରେ ରଣନୀତି ପାଇଁ ପୁଣି ଥରେ ଚିନ୍ତା କରିବା ପାଇଁ ପଡ଼ିବ । ସେପଟେ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଉଠୁଛି ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନେଇ ବିଲ ଆସିବ କି ?
୨୦୧୪ ଲୋକସଭା ନିର୍ବାଚନ ପରେ ବିଜେପି, ଏନଡ଼ିଏର ଅନ୍ୟ ସହଯୋଗୀ ଦଳଗୁଡ଼ିକ ଗୁୁରୁତ୍ୱ ଦେଇନଥିଲା । ମହାରାଷ୍ଟ୍ରରେ ଶିବସେନା ଠାରୁ ଆରମ୍ଭ କରି ନିକଟରେ ବିଜେପି ଛାଡ଼ିଥିବା ଉପେନ୍ଦ୍ର କୁଶୱାହା ଅଭିଯୋଗ କରିଛନ୍ତି ପୂର୍ଣ୍ଣ ବହୁମତ ପାଇବା ପରେ ବିଜେପି ସହଯୋଗୀ ଦଳର ଆବଶ୍ୟକତାକୁ ଅନୁଭବ କରିପାରିନଥିଲ । କିନ୍ତୁ ବିଧାନସଭା ନିର୍ବାଚନରୁ ସ୍ପଷ୍ଟ ଜଣାପଡ଼ୁଛି ଲୋକସଭା ନିର୍ବାଚନରେ ସହଯୋଗୀ ଦଳ ଗୁଡ଼ିକର ଆବଶ୍ୟକତା ଦରକାର ପଡ଼ିବ ।