କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଶଂସା କରି ବିଜେପିର ନୁଆ ନାଁ ଦେଲେ ସିଦ୍ଧୁ ! କହିଲେ , ଆଜିଠାରୁ ବିଜେପିର ନାଁ  “ଜିଟିୟୁ” । 

560

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ଦେଖି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଜ ମତ ରଖିଛନ୍ତି ଏବଂ ବିଜେପିର ନୂଆ ନାଁ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ , ରାହୁଲ ଭାଇ ପ୍ରଥମରୁ ହିଁ ସମସ୍ତଙ୍କ ସାଥିରେ ଚାଲିଛନ୍ତି । ମାନବିକତାର ସେ ହେଉଛନ୍ତି ମୂର୍ତ୍ତି । ଯେଉଁ ହାତ ଭାରତର ଭାଗ୍ୟକୁ ନିଜ ହାତରେ ନେବାକୁ ଯାଉଛି ସେହି ହାତ ବଡ ଶକ୍ତ ଏବଂ କଠିନ ପରିଶ୍ରମୀ । ସେ ବିଜେପିକୁ ଇଙ୍ଗିତ କରି ସେ କହିଥିଲେ ,ବିଜେପିର ନୂଆ ନାଁ ହେଉଛି,ଜିଟିୟୁ  । ଯାହାର ଅର୍ଥ ଗିରେ ତୋ ଭି ଟାଙ୍ଗ୍ ଉପର୍ (ପଡିଗଲେ ବି ଗୋଡ ଉପରେ) ।

ଆଜି ଦେଶର ପାଞ୍ଚ ରାଜ୍ୟରେ ରାଜସ୍ଥାନ,ଛତିଶଗଡ,ତେଲେଙ୍ଗାନା,ମଧ୍ୟପ୍ରଦେଶ ଏବଂ ମିଜୋରାମରେ ନିର୍ବାଚନ ପରିଣାମ ଆସିବାକୁ ଲାଗିଛି । ତେବେ ଏଥର କଂଗ୍ରେସ ତିନୋଟି ବଡ ରାଜ୍ୟ ରାଜସ୍ଥାନ,ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ଆଗୁଆ ରହିଛି । ତିନି ରାଜ୍ୟରେ କଂଗ୍ରେସକୁ ବହୁମତ ମିଳିବାର ଚାନ୍ସ ରହିଛି । ଏଭଳି ଯଦି ହୁଏ ତେବେ କଂଗ୍ରେସ ପାର୍ଟିର ବହୁତ ବଡ ବିଜୟ ହେବ । ପ୍ରଥମଥର ପାଇଁ ଏଭଳି ହୋଇଛି ଯେଉଁଠି ବିଜେପି ଉପରେ କଂଗ୍ରେସ ଭାରୀ ପଡିଛି । ଏହା ବିଜେପି ପାଇଁ ବଡ ଝଟକାର କାରଣ ହୋଇପାରେ । କାରଣ କଂଗ୍ରେସର ସ୍ଥିତି ୨୦୧୯ ରେ ବିଜେପିର ଏହି ଖେଳକୁ ବିଗାଡି ଦେଇପାରେ । ଏମିତିରେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ।