୨୦୧୯ରେ ହେବ ମହାଯୁଦ୍ଧ ! ବିପଦରେ ବ୍ରାଣ୍ଡ ମୋଦି,କଡ଼ା ଟକ୍କର ଦେବେ ରାହୁଲ

186

କନକ ବ୍ୟୁରୋ : ଆଉ ମାତ୍ର କେଇଟା ମାସ ପରେ ଲୋକସଭା ନିର୍ବାଚନ । ତା’ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ଫଳାଫଳରୁ ଆଗାମୀ ନିର୍ବାଚନର ସ୍ଥିତି ଅଳ୍ପ ବହୁତେ ଆକଳନ କରାଯାଇଛି । ହିନ୍ଦୀ ବେଲ୍ଟର ତିନି ବଡ଼ ରାଜ୍ୟ ରାଜସ୍ଥାନ, ଛତିଶତଗଡ଼ ଓ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟ ପ୍ରଚଣ୍ଡ ରୂପେ ବିଫଳ ହୋଇଛି । ଯାହା ବ୍ରାଣ୍ଡ ମୋଦି ପାଇଁ ଏକ ଶକ୍ତ ଝଟକା କୁହାଯାଉଛି । ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏପରି ଫଳାଫଳ ଶୁଭଙ୍କର ନୁହେଁ ବୋଲି କହୁଛନ୍ତି ରାଜନୀତିଜ୍ଞ । ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୫ ରାଜ୍ୟର ବିଧାନସଭା ନିର୍ବାଚନ ତଥା ସେମିଫାଇନାଲରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁଠାରୁ ବଡ଼ ସିକନ୍ଦର ସାବ୍ୟସ୍ତ ହୋଇଛନ୍ତି ।

narendra-modi
image courtesy-https://www.bgr.in

ମୋଦିଙ୍କ ଗୃହରାଜ୍ୟ ଗୁଜରାଟରେ ୨୫ ବର୍ଷ ରାଜୁତି କରିବା ପରେ କୌଣସି ପ୍ରକାରେ ବଂଚିଯାଇଥିଲା ବିଜେପି । ଏବଂ ସରକାର ଗଢ଼ିବାରେ ସଫଳ ହୋଇଥିଲା । ତେବେ ମୋଦିଙ୍କ ଗୃହରାଜ୍ୟ ହେଲେ ମଧ୍ୟ କଡ଼ା ଟକ୍କର ଦେଲେ ରାହୁଲ ଗାନ୍ଧୀ । କିନ୍ତୁ ଛତିଶଗଡ଼, ମଧ୍ୟପ୍ରଦେଶରେ ବାଜି ଓଲଟା ପଡ଼ିଗଲା । ୧୫-୧୫ ବର୍ଷର ରାଜୁତିକୁ ବଂଚାଇବା ବିଜେପି ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଛତିିଶଗଡ଼ରେ ବିଜେପିର କ୍ଲିନ ସ୍ୱିପ ହୋଉଛି ଏବଂ ମଧ୍ୟପ୍ରଦେଶରେ ମଧ୍ୟ କାଣ୍ଟେ କି ଟକ୍କର ଦେଖିବା ପାଇଁ ମିଳିଥିଲା ।

ଅନ୍ୟପଟେ ରାଜସ୍ଥାନରେ ବସୁନ୍ଧରା ରାଜ ମଧ୍ୟ ୫ ବର୍ଷର ନିଜର ରାଜ ବଂଚାଇ ପାରିନାହାନ୍ତି । କିନ୍ତୁ ଏବେ ରମଣ ସିଂ, ଶିବରାଜ ଚୌହାନ କିମ୍ବା ବସୁନ୍ଧରା ରାଜେ ଯେତକି ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି, ସେତିକି ଗୁରୁତ୍ୱ ବହନ କରୁଛି ବ୍ରାଣ୍ଡ ମୋଦି । ମୋଦିଙ୍କ ନାମର ସାହାରା ନେଇ ହିଁ ବିଜେପି ୨୦୧୪ରେ ସରକାର ଗଢ଼ିଥିଲା । ଏବଂ ୨୦୧୯ରେ ମଧ୍ୟ ଜିତିବା ପାଇଁ ଯୋଜନା ଚାଲିଛି । ତେବେ ୫ ରାଜ୍ୟ ନିର୍ବାଚରେ ପ୍ରଚଣ୍ଡ ପରାଜୟ ପରେ ବ୍ରାଣ୍ଡ ମୋଦିଙ୍କ ଉପରେ ପଡ଼ିଛି ରାଜନୈତିକ ଛାଟ । ତେବେ ଏହି ନିର୍ବାଚନରେ ନରେନ୍ଦ୍ର ମୋଦି ସିଧାସଳଖ ଭାବେ ନିର୍ବାଚନ ଲଢ଼ୁନଥିଲେ । କିନ୍ତୁ ଭାରତୀୟ ଜନତା ପାର୍ଟିର ସବୁଠାରୁ ବଡ଼ ଚେଚେରା ହେଲା ମୋଦି ।

ବିଗତ କିଛି ବର୍ଷରେ ନରେନ୍ଦ୍ର ମୋଦିଙ୍କ ଚେହରା ବିଜେପିର ବିଜୟ ହାସଲର ଗ୍ୟାରେଂଟି ବୋଲି କୁହାଯାଉଥିଲା । କିନ୍ତୁ ଚଳିତ ନିର୍ବାଚନରେ ମୋଦିଙ୍କ ଯାଦୁ ଫିକା ପଡ଼ିଗଲା । ମୋଦିଙ୍କ ନାମରେ ବିଜେପିର ଡଙ୍ଗା ପାର ହୋଇପାରିଲା ନାହିଁଁ । ମୋଦି ଲେହେର ମଧ୍ୟ ଧୀରେ ଧୀରେ ଥମିବାରେ ଲାଗିଲାଣି । ତେବେ  ଏପରିସ୍ଥଳେ ମୋଦି ପୁରା ଜୋର ଲଗଇ ଦେଇଥିଲେ । ତଥାପି ବିଜେପି ଜିତି ପାରିଲା ନାହିଁ ।

ସୂଚନାଯୋଗ୍ୟ ପାଂଚଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୨ ଜନସଭାର ଆୟୋଜନ କରିଥିଲେ । ଏଥିମଧ୍ୟରୁ ରାଜସ୍ଥାନରେ ୧୨, ମଧ୍ୟପ୍ରଦେଶରେ ୧୦, ଛତିଶଗଡ଼ରେ ୪, ତେଲେଙ୍ଗାନରେ ୫ ଓ ମିଜୋରାମରେ ଗୋଟିଏ ରାଲି କରିଥିଲେ । ଅନ୍ୟପଟେ ବିଜେପି ଅଧ୍ୟକ୍ଷ ଅମିତ ଶହ ୫ ରାଜ୍ୟରେ ୬୫ ଜନସଭାର ଆୟୋଜନ କରିଥିଲେ । ସେଥିମଧ୍ୟରୁ ୧୩ଟି ରୋଡ଼୍ ସୋ ଓ ୧୬୨ ସମ୍ବାଦ କାର୍ଯ୍ୟକ୍ରମ କରିଥିଲେ । ଯେଉଁଠି ଛତିଶଗଡ଼ରେ ୧୪ ଦିନ, ମଧ୍ୟପ୍ରଦେଶରେ ୧୮ ଦିନ , ତେଙ୍ଗୋନାରେ ୧୦ ଦିନ ଓ ରାଜସ୍ଥାନରେ ୧୯ ଦିନ , ମିଜୋରାମରେ ୨ ଦିନ ସାମିଲ ।

୨୦୧୯ ନିର୍ବାଚନର ଠିକ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମିଳିଥିବା ସଫଳତା କଂଗ୍ରେସର ସାହସ ବଢ଼ାଇଛି । ରାହୁଲ ଗାନ୍ଧୀ ଏକ ପ୍ରେସ୍ କନଫରେନ୍ସରେ ଘୋଷଣା କରିଛନ୍ତି ଆମେ ଆଜି ବିଜେପିକୁ ହରାଇଛୁ, ୨୦୧୯ରେ ମଧ୍ୟ ହରାଇବୁ । ଟିମ୍ ମୋଦିଙ୍କୁ ୨୦୧୯ ପୂର୍ବରୁ ହରାଇବା ଆମ ପାଇଁ ସବୁଠାରୁ ବଡ଼ ବିଜୟ ।

ପ୍ରଥମେ ଗୁଜରାଟ ବିଧାନସଭା ନିର୍ବାଚନରେ କାଣ୍ଟେକି ଟକ୍କର ପୁଣି କର୍ଣ୍ଣାଟକରେ ସରକାରୀ ଗଠନ । ଆଉ ଏବେ ବିଜେପି ସତ୍ତାରୂଢ଼ ତିନି ରାଜ୍ୟରେ ବିଜେପିକୁ ଚିତ କରିବା ପରେ ସ୍ପଷ୍ଟ ହୋଇଛି ରାହୁଲ ଗାନ୍ଧୀ ବିରୋଧୀର ନେତା ନମ୍ବର ୱାନ୍ । ସେପଟେ ତିନି ରାଜ୍ୟ ନିର୍ବାଚନରେ ପରାଜୟର ଭାର ରାଜ୍ୟ ନେତୃତ୍ୱ ନେଉଥିଲେ ମଧ୍ୟ ବ୍ରାଣ୍ଡ ମୋଦିଢ଼ଙ୍କ ଛବି କିଛିକାଂଶରେ ମଳିନ ପଡ଼ିଛି କହିଲେ ଅତ୍ୟୁକ୍ତ ହେବ ନାହିଁ । ୨୦୧୯ର ମହାପରୀକ୍ଷା ପୂର୍ବରୁ ଭାରତୀୟ ଜନତା ପାର୍ଟି ପୁଣି ଥରେ ନିଜର ରଣନୀତି ଉପରେ ନିଶ୍ଚୟ ବିଚାର କରିବ ।