ଦେଶର କୃଷକଙ୍କ ହାତରେ ବିଜେପି ଭାଗ୍ୟ ! ବିଜେପିର ଗଣିତ ବିଗାଡ଼ି ପାରନ୍ତି କୃଷକ,ଚିନ୍ତାରେ ମୋଦି ସରକାର

27

ଦେଶର ରାଜନୀତିରେ ୨୦୧୮ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଚଳିତ ବର୍ଷ ଦେଶରେ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଥିଲା । ଏପଟେ ଦେଶରେ ୨୦ଟି ରାଜ୍ୟରେ ବିଜୟ ହାସଲ କରିଥିବା ବିଜେପି ପାଇଁ ଏବେ ବିଜୟଧାର ବଜାୟ ରଖିବା ଏତେ ସମ୍ଭବ ହେବ ନାହିଁ । ଏହାର ଏକ ମୁଖ୍ୟ କାରଣ ହେଲେ କୃଷକ । ଆଗାମୀ ସମୟରେ କୃଷକମାନେ ହିଁ ବିଜେପିର ବିଜୟ ରାସ୍ତାରେ ଛିଡ଼ା ହୋଇପାରନ୍ତି ଏବଂ ଗଳାର କଣ୍ଟା ହୋଇପାରନ୍ତି । ଗତ ନିର୍ବାଚନରେ ଋଣଛାଡ଼ ସହ କୃଷକଙ୍କ ଆୟ ଦୁଇଗଣା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ ହୋଇନଥିବାକରୁ ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ବିଜୟ ହାସଲ କରିବାରେ ଅସୁବିଧା ସୃଷ୍ଟି ହୋଇପାରେ । ସବୁଠାରୁ ବଡ଼ କଥା ହେଲା ଏବେ ପର୍ଯ୍ୟନ୍ତ ଏହି ରାଜ୍ୟ ଗୁଡ଼ିକରେ କୃଷକଙ୍କ ରାଗ ଆନ୍ଦୋଳନର ରୂପ ନେଇସାରିଛି । ତେବେ ଏପରିସ୍ଥଳେ ଚଳିତ ବର୍ଷ ଏହି ରାଜ୍ୟ ଗୁଡ଼ିକରେ ବିଧାନସଭା ନିର୍ବାଚନରେ କୃଷକ ବିଜେପିର ଗଣିତ ବିଗାଡ଼ି ପାରନ୍ତି ।

ପୂର୍ବରୁ ୨୦୧୭ରେ ପ୍ରଧାନମନ୍ତ୍ରୀଙ୍କ ନିଜ ଗଡ଼ ଗୁଜରାଟରେ ବିଧାନସଭା ନିର୍ବାଚନରେ ଗ୍ରାମୀଣ ଅଂଚଳରେ ବିଜେପି ଦୁର୍ବଳ ନଜର ଆସିଥିଲା । ମୋଦି ଲେହେର ସବୁ କିଛି ସମ୍ଭାଳି ନେଇଥିଲେ ମଧ୍ୟ ବିଜେପି ପାଇଁ ବିଜୟ ଏତେ ସହଜ ନଥିଲା । ଗୁଜରାଟର ଗ୍ରାମୀଣ କ୍ଷେତ୍ରରେ ୧୪ଟି ସିଟରେ ହାର ମାନିଥିଲା ବିଜେପି । ଅନ୍ୟପଟେ ରାଜ୍ୟରେ ଗ୍ରାମୀଣ କ୍ଷେତ୍ରରେ କଂଗ୍ରେସର ପ୍ରଦର୍ଶନ ଭଲ ରହିଥିଲା । ୨୦୧୨ରେ ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସ ୫୭ ଗ୍ରାମୀଣ ସିଟରେ ହାତେଇଥବ ବେଳେ ୨୦୧୭ରେ ଏହା ବୃଦ୍ଧି ପାଇ କଂଗ୍ରେସ  ୭୧ ଟି ସିଟରେ ପହଞ୍ଚି ଯାଇଥିଲା । ଅନ୍ୟପଟେ ବିଜେପି ୨୦୧୨ରେ ଗ୍ରାମୀଣ କ୍ଷେତ୍ରରେ ୭୭ ସିଟରେ ଜିତ୍ ହାସଲ କରିଥିଲା, ଯାହା ୨୦୧୭ ନିର୍ବାଚନରେ ନିର୍ବାଚନରେ କେବଳ ୫୭ ପର୍ଯ୍ୟନ୍ତ ପହଂଚିି ପାରିଥିଲା ।

୨୦୧୮ରେ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଥିଲା । ଏଥିରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ କର୍ଣ୍ଣାଟକ ସାମିଲ ଅଛି । ଅନ୍ୟପଟେ ତ୍ରିିପୁରା, ମେଘାଳୟ, ମିଜୋରାମ ଓ ନାଗାଲାଣ୍ଡରେ ମଧ୍ୟ ନିର୍ବାଚନ ଥିଲା । ତେବେ ଗତ ୩ ମାର୍ଚ୍ଚରେ ମିଜୋରାମକୁ ଛାଡ଼ି ତ୍ରିିପୁରା, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷିତ ହୋଇସାରିଛି । ତ୍ରିପୁରାରେ ୨୫ ବର୍ଷର ପର୍ଯ୍ୟନ୍ତ ଶାସନରେ ଥିବା ବାମ ମୋର୍ଚ୍ଚା ସରକାର ପରାଜିତ ହୋଇଛି । ଆଉ ସେପଟେ ବିଜେପି ହାତେଇଛି ଗଡ଼ । ଏପରିସ୍ଥଳେ କଂଗ୍ରେସ ମୁକ୍ତ ଭାରତର ସ୍ଲୋଗାନ ଦେଉଥିବା ବିେିଜପି ଉତ୍ତତ୍ତରପୂର୍ବରେ ନିଜ ସ୍ଥାନକୁ ମଜଭୁତ କରିବାରେ ସଫଳ ହୋଇଛି ଲାଗିଛି ।

ସେହିପରି ନାଗାଲାଣ୍ଡରେ ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ପାର୍ଟି(ଏନଡିପିପି) ଏବଂ ବିଜେପି ମେଣ୍ଟ ସରକାର ଗଢ଼ିବା ନିଶ୍ଚିତ ହୋଇଛି । ଏନଡିପିପି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଓ ବିଜେପି ନେତା ରାମ ମାଧବ ଆଜି ରାଜ୍ୟପାଳ ପି.ବି.ଆଚାର୍ଯ୍ୟଙ୍କୁ ଭେଟି ଆବଶ୍ୟକ ବିଧାୟକଙ୍କ ସମର୍ଥନ ଥିବା ଦାବି କରବା ସହ ସରକାର ଗଢ଼ିବାକୁ ଅନୁରୋଧ କରିଛନ୍ତି । ବିଜେପି-ଏନଡିପିପି ମେଣ୍ଟ ପାଖରେ ଆବଶ୍ୟକ ବହୁମତ ଥିବା ଅନୁଭବ କରି ରାଜ୍ୟପାଳ ସେମାନଙ୍କୁ ସରକାର ଗଢ଼ିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି ।

ଅନ୍ୟପଟେ ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଝୁଲା ବିଧାନସଭାରେ ଆବଶ୍ୟକ କୁହୁକ ସଂଖ୍ୟା ହାସଲ କରିବାରେ ବିଫଳ ହୋଇଛି ସର୍ବାଧିକ ଆସନଧାରୀ କଂଗ୍ରେସ । ଅପରପକ୍ଷରେ ବିଜେପି-ଏନପିପି-ୟୁଡିପି ମେଣ୍ଟ ରାଜ୍ୟପାଳଙ୍କୁ ଭେଟି ୩୧ ସଦସ୍ୟଙ୍କ ସମର୍ଥନ ଥିବା ଦାବି କରିବା ପରେ ରାଜ୍ୟପାଳ ସେମାନଙ୍କୁ ସରକାର ଗଢିବା ପାଇଁ ଆମନ୍ତ୍ରଣ କରିଛନ୍ତି ।

ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ କଂଗ୍ରେସ ଶାସିତ କର୍ଣ୍ଣାଟକରେ ନିର୍ବାଚନ ଦେଶର ରାଜନୀତି ପାଇଁ ନିର୍ଣ୍ଣାୟକ ମୋଡ଼ ନେବ । ବର୍ତ୍ତମାନ ସମୟରେ ଏହି ରାଜ୍ୟର କୃଷକମାନେ ଋଣଛାଡ଼ ଓ ଆୟ ଦୁଇ ଗୁଣା କରିବା ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଛଳନା ବୋଲି କହୁଛନ୍ତି । ଉପରୋକ୍ତ ରାଜ୍ୟ ଗୁଡ଼ିକର କୃଷକମାନେ କହୁଛନ୍ତି ବିଗତ ଥର ନିର୍ବାଚନରେ ମୋଦି ସରକାର କେବଳ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏଯାଏଁ ମୋଦି ସରକାର କୃଷକଙ୍କ ପାଇଁ ସେପରି କିଛି କରିନାହାନ୍ତି ବୋଲି ସେମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । କୃଷକଙ୍କ ପାଇଁ ଏଯାଏଁ ଋଣଛାଡ଼ ହୋଇନାହିଁ କି ଲାଭକାରୀ ମୂଲ୍ୟ ମଧ୍ୟ ମିଳିନାହିଁ । ତେବେ ଆଗାମୀ ସମୟରେ ପୁଣି ଥରେ ନିର୍ବାଚନ ହେବ । ଆଉ ସେଥିପାଇ କୃଷକଙ୍କୁ ନିଜ ଆଡ଼କୁ ଆକର୍ଷିତ କିରବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି । କିନ୍ତୁ ବର୍ତ୍ତମାନ କୃଷକ ମାନେ ସଚେତନ ହୋଇଗଲେଣି । ବିଧାନସଭାରେ ନିର୍ବାଚନରେ କୃଷକଙ୍କୁ ସହ ହୋଇଥିବା ଛଳନା ପାଇଁ  ମୋଦି ସରକାରଙ୍କୁ ନିଶ୍ଚୟ ପସ୍ତେଇବେ ବୋଲି ସୋମନେ କହୁଛନ୍ତି ।

ତେବେ କାହିଁକି ରାଗିଛନ୍ତି କୃଷକ, ଆସନ୍ତୁ ଜାଣିବା ?

ସରକାର ଦେଇଥିବା ପ୍ରତିଶ୍ରୁତି ତଥା ଋଣଛାଡ଼ କଥା ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ । କୃଷକଙ୍କୁ ଉଚିତ ମୂଲ୍ୟ ଦିଆଯିବା ପାଇଁ ଦାବି ହେଉଛି । ମଣ୍ଡିରେ ଉଚିତ ମୂଲ୍ୟ ନିର୍ଦ୍ଧାରିତ ହେଉ ବୋଲି ମଧ୍ୟ ଦାବି ହୋଇଛ, ଯାହା ଏଯାଏଁ ହୋଇପାରି ନାହିଁ । ସ୍ୱାମୀନାଥନ୍ ଆୟୋଗ ସୁପାରିଶକୁ ଲାଗୁ କରିବା ପାଇଁ ମଧ୍ୟ ଦାବି ହେଉଛି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ କୃଷକ ତାତି କି ଅଛନ୍ତି । ଆଗାମୀ ନିର୍ବାଚନରେ ମୋଦି ସରକାରଙ୍କ ପାଇଁ ଗଳାର କଣ୍ଟା ହୋଇ ଛିଡ଼ା ହୋଇପାରନ୍ତି କୃଷକ । ତେବେ ଆଗାମୀ ନିର୍ବାଚନକୁ ଆଖିରେ ରଖି ମୋଦି ସରକାର ଏବେ ଠାରୁ କୃଷକଙ୍କ ପାଇଁ ଯୋଜନାମାନ ଆରମ୍ଭ କଲେଣି ।  ଚଳିତ ବଜେଟରେ ମଧ୍ୟ କୃଷି ଓ କୃଷକଙ୍କ ଲାଭକୁ ନଜରରେ ରଖି ତିଆରି ହୋଇଛି ବଜେଟ୍ । ତେବେ ଆଗାମୀ ସମୟରେ ବିଜେପିର ଭାଗ୍ୟ କୃଷକ ମାନେ ନିଦ୍ଧାରଣ କରିବେ  କହିଲେ ଅତ୍ୟୁକ୍ତି ହେବ ନାହିଁ ।