୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଜି ଆସିବ ଟ୍ରେଲର । ଫଳାଫଳରୁ ଜଣାପଡିବ ଦେଶବାସୀଙ୍କ ମୁଡ୍ । ମୋଦିିଙ୍କ ପାଇଁ ସମ୍ମାନର ପ୍ରଶ୍ନ,ରାହୁଲଙ୍କ ପାଇଁ ଅଗ୍ନିପରୀକ୍ଷା

କିଏ ମାରିବ ବାଜି? ରହିଛି ସାରା ଦେଶର ନଜର

75

କନକ ବ୍ୟୁରୋ: ଆଜି ଆସିବ ୫ରାଜ୍ୟର ବିଧାନସଭା ନିର୍ବାର୍ଚନର ଫଳାଫଳ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମର ଆସିବ ନିର୍ବାଚନ ଫଳାଫଳ । ୮୫୦୦ରୁ ଉର୍ଦ୍ଧ ପ୍ରାର୍ଥୀଙ୍କ ଭାଗ୍ୟ ୧ଲକ୍ଷ ୭୪ହଜାର ୭୨୪ଟି ଇଭିଏମରେ ସିଲ ହୋଇ ରହିଛି ।

୫ଟି ରାଜ୍ୟର ୬୭୯ଟି ଆସନରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ରାଜସ୍ଥାନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହେବା କାରଣରୁ ୬୭୮ଟି ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହୋଇଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର ୫ମାସ ଥିବାରୁ ଏହି ନିର୍ବାଚନ ଫଳାଫଳ ରାଜନୈତିକ ଦଳ ଗୁଡିକ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ତେବେ ଭୋଟ ଗଣତି ଆରମ୍ଭ ହେବା ପରେ ସମୟ ବଢ଼ିବା ସହ ଧୀରେ ଧୀରେ ଫଳାଫଳ ସ୍ପଷ୍ଟ ହେବ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ନିର୍ବାଚନକୁ ସେମିଫାଇନାଲ କୁହାଯାଉଛି । ଏହି ନିର୍ବାଚନରେ କିଏ ମାରିବ ବାଜି ତା ଉପରେ ରହିଛି ସାରା ଦେଶର ନଜର । ତେବେ ନିର୍ବାଚନ  ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥାର ଏକଜିଟ୍ ପୋଲ ରିପୋର୍ଟ ବିଜେପିକୁ ଚିନ୍ତାରେ ପକାଇଦେଇଛି । ଅଧିକାଂଶ ସର୍ଭେ ସଂସ୍ଥାଙ୍କ ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିର ବିଜୟ ଅଭିଯାନରେ ରୋକ୍ ଲାଗିବ । ଏହି ଦୁଇ ରାଜ୍ୟରେ କଂଗ୍ରେସ ଓ ବିଜେପି କାହାକୁ ବହୁମତ ମିଳିବ ନାହିଁ ।

କିନ୍ତୁ କଂଗ୍ରେସ ୨୦୧୩ ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିବ । ସେହିପରି ରାଜସ୍ଥାନରେ ବସୁନ୍ଧରାଙ୍କୁ ଝଟକା ଲାଗିବ ବୋଲି ଆକଳନ କରାଯାଇଛି । ବୁଥ୍ ବାହୁଡା ମତ ଅନୁସାରେ ରାଜସ୍ଥାନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ । ତେଲେଙ୍ଗାନାରେ ଟି.ଚନ୍ଦ୍ରଶେଖର ରାୱ ପୁଣି କ୍ଷମତାକୁ ଫେରିବେ । ଅନ୍ୟପଟେ ମିଜୋରାମ କଂଗ୍ରେସ ହାତରୁ ଖସିଯାଇପାରେ ବୋଲି ଆକଳନ କରାଯାଇଛି ।