ଭୋଟ୍ ଗଣତି ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷଙ୍କ ଘର ବାହାରେ ଚାଲିଲା ଯଜ୍ଞ ! “ଜୟ କଂଗ୍ରେସ,ବିଜୟ କଂଗ୍ରେସ” ସ୍ଲୋଗାନ୍ ରେ ଅଗ୍ରିମ ଶୁଭକାମନା ଜଣାଇଲେ କର୍ମକର୍ତ୍ତା । 

93

ଆଜି ପାଞ୍ଚଟି ରାଜ୍ୟରେ ହୋଇଥିବା ନିର୍ବାଚନର ଫଳାଫଳ ଆସିବାକୁ ଯାଉଛି । କିଛି ସମୟ ପରେ ସମ୍ପୁର୍ଣ୍ଣ ରୂପେ ଜଣାପଡିଯିବ ଯେ ଜନତା ଶାସନର ଗାଦିରେ କାହାକୁ ବସାଇବାକୁ ଯାଉଛନ୍ତି । ଅନ୍ୟପକ୍ଷେ ବିଜେପି ଏବଂ କଂଗ୍ରେସ ଦୁଇ ପାର୍ଟି ନିଜ ତରଫରୁ ଜିତିବା ଲକ୍ଷ ନେଇ ଆଶ୍ୱସ୍ତ ରହିଛନ୍ତି । ବିଜେପି ଏବଂ କଂଗ୍ରେସର କହିବା ଅନୁସାରେ ସେମାନେ ଶାସନକୁ ଆସିବେ । ଏହି ସମୟରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ସ୍ଥିତ ଘର ବାହାରେ ସବୁ ରାଜ୍ୟରେ କଂଗ୍ରେସର ବିଜୟ ପାଇଁ କଂଗ୍ରେସ କାର୍ଯ୍ୟକର୍ତ୍ତା ଯଜ୍ଞ କରିବା ଦେଖାଦେଇଥିଲେ ।

 

ଭୋଟ୍ ଗଣନା ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସ ଟ୍ୱିଟ୍ କରି ସ୍ୱୟଂର ବିଜୟ ହେବା ପାଇଁ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ । ମଧ୍ୟପ୍ରଦେଶ ଜନତାଙ୍କୁ ମଧ୍ୟ ଅଗ୍ରିମ ଶୁଭକାମନା ଦିଆଯାଇଥିଲା ଏବଂ ଶେଷରେ “ଜୟ କଂଗ୍ରେସ,ବିଜୟ କଂଗ୍ରେସ” ସ୍ଲୋଗାନ୍ ଦିଆଯାଇଥିଲା ।