ନବୀନଙ୍କ ଅନୁପସ୍ଥିତିରେ ବିଧାନସଭା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଗ୍ନିକାଣ୍ଡ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହାଇ ସିକୁ୍ୟରିଟି ଜୋନରେ ନିଆଁର ଆତଙ୍କ । ବିଧାନସଭାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରରେ ଅଗ୍ନିକାଣ୍ଡ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ କେମିତି ଲାଗିଲା ନିଆଁ, ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଡିଜିଟାଲକ୍ଲକ୍ ରୁ ଏହି ନିଆଁ ଲାଗିଥିବା କହୁଛି ଅଗ୍ନିଶମ ବିଭାଗ । ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳରେ ପହଂଚିଥିଲେ ପୁଲିସ କମିଶନର ୱାଇବି ଖୁରାନିଆଙ୍କ ସହ ପୁଲିସ ଡିଜି କେବି ସିଂହ  । ଏହି ଘଟଣାରେ ତଦନ୍ତ ରିପୋର୍ଟ ମିଳିତଭାବେ ଦାଖଲ କରିବେ ପୁଲିସ , ଅଗ୍ନିଶମ ବିଭାଗ ସହ ଜିଇଡି ବିଭାଗ ।