ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ! ଶେଷ ଲଢ଼େଇ ପାଇଁ ଶାସକ-ବିରୋଧୀ ବଳ କଷାକଷି

64

କନକ ବ୍ୟୁରୋ : ଆଜିଠାରୁ ବିଧାନସଭାରେ ଆରମ୍ଭ ହେବ ବଜେଟ୍ ଅଧିବଶେନ । ଆସନ୍ତା ୭ ତାରିଖରେ ରାଜ୍ୟ ସରକାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ । ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ଏହି ବଜେଟକୁ ଶନିବାର ଦିନ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ଚଳିତ ସରକାରର ଏହା ଶେଷ ବଜେଟ୍ ଅଧିବେଶନ ହୋଇଥିବାରୁ ବେଶ୍ ସରଗରମ ହେବ ବୋଲି କୁହାଯାଉଛି ।

ଆଜିଠାରୁ ଆରମ୍ଭ ହେବାକୁ ଥିବା ୭ ଦିନିଆ ବଜେଟ୍ ଅଧିବେଶନରେ ସରକାରଙ୍କୁ ଆକ୍ରମଣ କରିବା ପାଇଁ ବିରୋଧୀ ବିଧାୟକ ମାନେ ଏକାଠି ହୋଇଥିବା ବେଳେ ଶାସକ ଦଳ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଏହା ସମ୍ଭବତଃ ଶେଷ ଅଧିବେଶନ ହୋଇଥିବାରୁ ଜନତାଙ୍କ ଧ୍ୟାନ ଅକର୍ଷଣ ପାଇଁ ରାଜନୈତିକ ଦଳ ଗୁଡିକ ପ୍ରାଣମୂର୍ଚ୍ଚା ଉଦ୍ୟମ କରିବାର ସମ୍ଭାବନା ରହିଛି ।

କୃଷି ଓ କୃଷକଙ୍କ ସମସ୍ୟା, ନିଯୁକ୍ତି, ନାରୀ ନିର୍ଯାତନା ପ୍ରସଙ୍ଗକରେ ସରକାରଙ୍କୁ ଘେରିବେ ବିରୋଧୀ । ସେହିପରି କେନ୍ଦ୍ର ଅବହେଳା ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ଅସ୍ତ୍ର କରିବ ବିଜେଡି । ବିଜେଡିର ବିଧାୟକ ଦଳ ବୈଠକ ପରେ ନବୀନ କହିଛନ୍ତି, ତାଙ୍କ ସରକାର ମୁକ୍ତ ଓ ଅବାଧ ଭାବେ ସମସ୍ତ ଆଲୋଚନାରେ ଭାଗ ନେବେ ।