ଚିଟଂଫଣ୍ଡ କମିସନ ଅଧ୍ୟକ୍ଷଙ୍କୁ ହଟାଇବା ଦାବିରେ ଆଜି ପୁଣି ବିଧାନସଭାରେ ଅଚଳାବସ୍ଥା

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ କମିସନଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ହୁଲସ୍ତୁଲ ବିଧାନସଭା । ଜଷ୍ଟିସ ଏମଏମ ଦାସଙ୍କ ବହିଷ୍କାର ଦାବି ଜିଦ୍ରେ ଅଟଳ ବିରୋଧୀ । ଆଜିର ବିଧାନସଭା କାର୍ଯ୍ୟକ୍ରମ ଆରମ୍ଭରୁ ବିରୋଧୀ ଚିଟଫଣ୍ଡ କମିସନଙ୍କ ବହିଷ୍କାର ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ବିରୋଧୀ ଦଳ ସଦସ୍ୟ ଗୃହର ମଧ୍ୟ ଭାଗରେ ହଟଗୋଳ କରିଥିଲେ, ଫଳରେ ପ୍ରଥମେ ଗୃହକୁ ଦିନ ସାଢେ ୧୧ ଟା ଯାଏଁ ମୁଲତବୀ କରାଯାଇଥିଲା । ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ସେହି ପ୍ରସଙ୍ଗକୁ ଦୋହରାଇ ଥିଲେ ବିରୋଧୀ । ଫଳରେ ପୁନର୍ବାର ଗୃହକୁ ଦିନ ସାଢେ ୧୨ଟା ଯାଏଁ ମୁଲତବୀ କରାଯାଇଛି । ଜଷ୍ଟିସଙ୍କ ବହିଷ୍କାର ଦାବି କରି ଗତକାଲି ଠାରୁ ଗୃହରେ ହଙ୍ଗାମା ଜାରି ରଖିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।  ଫଳରେ ବିଧାନସଭାକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଉଛି ।

ସେହିପରି ଚିଟଫଣ୍ଡ କମିଶନ ଅଧ୍ୟକ୍ଷ ପଦରୁ ଜଷ୍ଟିସ ଏମଏମ ଦାସଙ୍କୁ ହଟାଇବା ଲାଗି ଦାବି କରିଛି ସିଭିଲ ସୋସାଇଟି । ଏ ସଂପର୍କରେ ଆଜି ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ଦିଆଯିବ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି । ଜମାକାରୀଙ୍କ ସ୍ୱାର୍ଥକୁ ଉପେକ୍ଷା କରୁଥିବା ଜଣେ ବ୍ୟକ୍ତିଙ୍କୁ ସରକାର, କମିଶନ ଅଧ୍ୟକ୍ଷ ପଦରେ ବସାଇଥିବାରୁ ତାଙ୍କୁ ତୁରନ୍ତ ହଟାଇବାକୁ ଦାବି କରିିଛି ସିଭିଲ ସୋସାଇଟି ।