ବିଧାନସଭାରେ ଚିକିଟି ଗଣଦୁଷ୍କର୍ମ ତାତି ! ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧୀଙ୍କ ହଟ୍ଟଗୋଳ

24

କନକ ବ୍ୟୁରୋ : ଚିକିଟି ଗଣଦୁଷ୍କର୍ମ ନେଇ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ଗୃହ ମଧ୍ୟରେ ହଟ୍ଟଗୋଳ କରିଛନ୍ତି । ତେବେ ବିଜେଡି ମୁଖପାତ୍ର ଅମର ଶତପଥି କହିଛନ୍ତି, ମୁଖ୍ୟମନ୍ତ୍ରୀ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଏ ନେଇ ବିରୋଧୀ ଅଯଥାରେ ହଟ୍ଟଗୋଳ କରିଛନ୍ତି ।

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ଉଷା ଦେବୀ । ନାବାଳିକା ଜଣକ ଗିରଫ ହୋଇଥିବା ଯୁବକଙ୍କୁ ବିବାହ କରିଛନ୍ତି । ଯୁବକ ଜଣକ ତାଙ୍କୁ ନେଇ ଜଙ୍ଗଲ ଭିତରେ ରଖିଥିଲା । ବ୍ରହ୍ମପୁର ଏସପି ଘଟଣାର ଛାନଭିନ ଜାରି ରଖିଛନ୍ତି । ତଦନ୍ତ ପରେ ସ୍ପଷ୍ଟ ହେବ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଛି ନାଁ ନାହିଁ ।