ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବୀ : ଅଚଳାବସ୍ଥାକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ

15

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବି ବିଧାନସଭା ଅଧିବେଶନ ଠପ୍ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଥିବା ଏସଟିଏସିବିଧାୟକଙ୍କ ହଟ୍ଟଗୋଳ  ଯୋଗୁଁ ଗୃହକୁ ଦିନ ୩ଟା ଯାଏଁ ମୁଲତବୀ ଘୋଷଣା କାଯାଇଛି । ସେପଟେ ଏନେଇ ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳ ଆଲୋଚନା ପାଇଁ ପ୍ରସ୍ତୁତ ଥିଲା । ମାତ୍ର ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଦେଇ ଚାଲିଯାଇଥିଲେ । ସେପଟେ ଏହାର ପାଲଟା ଜବାବରେ ଶାସକ ଦଳ ମୁଖ୍ୟସଚେତକ ଅନନ୍ତ ଦାସ କହିଥିଲେ ଏସସି ,ଏସଟି ବିଧାୟକମାନେ ଗୃହରେ ହୋହାଲ୍ଲା କରିବାରୁ ବାଚସ୍ପତି ଗୃହକୁ ମୁଲତବୀ  କରିଦେଇଥିଲେ । ଆଉ ବାଚସ୍ପତିଙ୍କ ଏହି ନିଷ୍ପତି ଯଥାର୍ଥ ।

ସେପଟେ ବିଧାନସଭାରେ ଧାରଣାରେ ବସିଥିବା ଏସସି, ଏସଟି ବିଧାୟକ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଦାବି ପୂରଣ ନହେବା ଯାଏ ସେମାନେ ଧାରଣାରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।