ନିଜ ଛବି ଠିକ୍ କରିବାକୁ ଅଂଟା ଭିଡିଲେ ନେତା : ବିଧାନସଭାକୁ ସ୍ୱାଭାବିକ କରିବାକୁ ଆରମ୍ଭ ହେଲା ଭିତିରି ଉଦ୍ୟମ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କେମିତି ବିଧାନସଭାକୁ ସ୍ୱାଭାବିକ କରାଯିବ ତାକୁ ନେଇ ଆରମ୍ଭ ହୋଇଛି ରିତିମତ ଉଦ୍ୟମ । ମିଳିଥିବା ସୂଚନା ଅନୁସାରେ ଶାସକ ବିଜେଡିର ଏକ କୋର ଗ୍ରୁପ୍, କଂଗ୍ରେସ ଓ ବିଜେପିର ବରିଷ୍ଠ ନେତାଙ୍କ ସହ ଭିତିରି ଆଲୋଚନା ଚଳାଇଛି । କୁହାଯାଉଛି, ବିରୋଧୀ ନେତାମାନେ ମଧ୍ୟ ବିଧାନସଭାକୁ ସ୍ୱାଭାବିକ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସର୍ବଦଳୀୟ ବୈଠକରେ ଯାହା ହୋଇପାରିଲା ନାହିଁ, ତାହା ଏହି ଭିତିରି ସଲାସୁତୁରାରେ ସମାଧାନ ହେବ ବୋଲି ଆଶା କରାଯାଉଛି ।