ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିରୋଧୀଦଳ ନେତା

24

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ । ଆଜି ବିଧାନସଭାର ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଦେଇଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର । ୨୦୧୦ରେ ମୁଖ୍ୟମନ୍ତ୍ରୀ ମହାନଦୀ ସଂପର୍କରେ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି ।

ଏହା ସହ ଘଟଣାର ତଦନ୍ତ ପାଇଁ ପ୍ରିଭିଲେଜ୍ କମିଟିକୁ ପଠାଇବା ପାଇଁ ଉପବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ବିରୋଧୀଦଳ ନେତା । ତେବେ ବାଚସ୍ପତି ଅନୁପସ୍ଥିତ ଥିବାରୁ ଏ ସଂପର୍କରେ କୌଣସି ନିଷ୍ପତି ନେଇନାହାନ୍ତି ଉପବାଚସ୍ପତି । ବାଚସ୍ପତି ଆସିଲେ ଏହାର ନିଷ୍ପତି ବେବେ ବୋଲି ସେ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ କହିଥିବା ସୂଚନା ମିଳିଛି । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :