ଆସାମର ବିଜେପି ସରକାରଙ୍କ ଉପରେ ଗାୟକ ଖପ୍ପା ! ଗାୟିକିରୁ ମିଳିଥିବା ଭୋଟ୍ ଫେରାଇବାକୁ ଦାବି କଲେ ଜୁବିନ ବର୍ଗ

73

ଆସାମୀ ଗାୟକ ଜୁବିନ ବର୍ଗ ଭାତୀୟ ଜନତା ପାର୍ଟି ଠାରୁ ଭୋଟ୍ ଫେରାଇବାର ପାଇଁ ଦାବି କରିଛନ୍ତି । ନାଗରିକତା ବିଲ୍ ୨୦୧୬କୁ ବିରୋଧ କରି ଭୋଟ୍ ଫେରାଇବା ପାଇଁ ଦାବି କରିଛନ୍ତି ଜୁବିନ ବର୍ଗ । ସେ ଦାବି କରିଛନ୍ତି, ମୋ ଗୀତରେ ଆକୃଷ୍ଟ ହୋଇ ଯେଉଁମାନେ ବିଜେପିକୁ ଭୋଟ୍ ଦେଇଛନ୍ତି ସେସବୁ ଫେରାଅ । ଏହାପୂର୍ବରୁ ସେ ଅସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଏନେଇ ଲିଖିତ ଅଭିଯୋଗ କରିଥିଲେ । ହେଲେ କୌଣସି ଉତ୍ତର ମିଳିନଥିଲା । ଗାୟକ କହିଛନ୍ତି ୨୦୧୬ରେ ତାଙ୍କ ଗାଇଥିବା ଗୀତ ଯୋଗୁଁ ବିଜେପିକୁ ଭୋଟ୍ ମିଳିଥିଲା । ଏବେ ସେସବୁକୁ ଏବେ ଫେରାଯାଉ ।

ଫେସବୁକ୍ ପୋଷ୍ଟ କରି ଗାୟକ କହିଛନ୍ତି ଗାୟନ ପାଇଁ ତାଙ୍କୁ ମିଳିଥିବା ପାରିଶ୍ରମିକ ମଧ୍ୟ ଫେରାଇବା ପାଇଁ ସେ ରାଜି ଅଛନ୍ତି । ଗାୟକଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ୨୦୧୬ରେ ରାଜ୍ୟରେ ବିଧାନସଭା ନିର୍ବାଚନରେ ପାଇଁ ଏକ୍ସେ୍ାମୋର ଆନନ୍ଦ ସର୍ବାନନ୍ଦ ( ଆସାମର ଖୁସି ସର୍ବାନନ୍ଦ ) ଗୀତ ଗାଇତିଲେ ଜୁବିନ୍ ।

୨୦୧୬ରେ ବିଜେପି ନିର୍ବାଚନ ଜିତିବା ସହ ଆସାମ ଗଣ ପରିଷନଦ ଓ ବୋଡ଼ୋଲେଣ୍ଡ ପିପୁଲ୍ସ ଫ୍ରଅଂଟ ସହ ମେଂଟ କରି ସରକାର ଗଠନ କରିଥିଲେ । ଚଳିତ ମାସ ଆରମ୍ଭରେ ଆସାମ ଗଣ ପରିଷଦ ନାଗରିକ ବିଧେୟକକୁ ବିରୋଧ କରିବା ପାଇଁ ମେଂଟରୁ ଅଲଗା ହୋଇଯାଇଥିଲା । କେବଳ ଏତିକି ନୁହେଁ ଅସାମ ଗଣ ପରିଷଦର ରାଜ୍ୟ ମନ୍ତ୍ରୀମାନେ ମଧ୍ୟ ଗତ ସପ୍ତାହରେ ପଦ ଛାଡ଼ିଦେଇଛନ୍ତି । ଏହି ବିଲକୁ ଶେଷ କରିବା ପାଇଁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀକୁ ଅନୁରୋଧ କରିଛନ୍ତି । ସାତ ଦିନ ଭିତରେ ବିଲକୁ ସମାପ୍ତ ନକଲେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ମଧ୍ୟ କହିଛନ୍ତି ।

ସୂଚନାଯୋଗ୍ୟ ବିଧେୟକରେ ବାଙ୍ଗଲାଦେଶ, ଆଫଗାନିସ୍ତାନ, ପାକିସ୍ତାନର ହିନ୍ଦୁ, ବୌଦ୍ଧ, ଶିଖ୍, ଜୈନ, ପାରସୀଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ୧୯୯୫ର ନାଗରିକତା ଅଧିନିୟମ ସଂଶୋଧନ କରିବା ପାଇଁ ପ୍ରୟାସ କରାଯାଉଛି । ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ଏବେ ଆସାମରେ ଲଗାତାର ବିକ୍ଷୋଭ ପ୍ରଦର୍ଶନ ହେଉଛି । ଆଉ ଏଥିରେ ସାମିଲ ହୋଇ ଆସାମି ଗାୟକ ଏପରି ଦାବି କରିଛନ୍ତି ।

Comments are closed.