ଆସାମରୁ ନାଗରିକତ୍ୱ ହରାଇଥିବା ନାଗରିକ ଗିରଫ ଭୟରେ ଏବେ ଓଡିଶା ମୁହାଁ : ସମସ୍ତ ଉପକୂଳବର୍ତ୍ତୀ ଥାନାକୁ ସତର୍କ ରହିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶ

40

କନକ ବ୍ୟୁରୋ : ଆସାମକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିବାରେ ନା ନେଉ ନାହିଁ । କେନ୍ଦ୍ର ସରକାରଙ୍କ କଠୋର ନିଷ୍ପତ୍ତି ପରେ ଅନେକ ବାଦବିବାଦ ଦେଖାଦେଇଛି । ନିକଟରେ କେନ୍ଦ୍ର ସରକାର ୪୦ ଲକ୍ଷ ଲୋକଙ୍କୁ ଭାରତ ତାହାର ନାଗରିକ ନୁହେଁ କହିବା ସହ ସେମାନଙ୍କୁ ତାଙ୍କ ଦେଶକୁ ଅର୍ଥାତ ବାଙ୍ଗଲଦେଶକୁ ଯିବା ପାଇଁ କୁହାଯାଇଥିଲା । ତେବେ ସେହି ୪୦ ଲକ୍ଷ ଆସାମ ନାଗରିକ ତାଲିକାରୁ ବାଦ୍ ପଡିଥିବା ଅନେକ ଏବେ ଗିରଫ ଭୟରେ ଓଡ଼ିଶା ମୁହାଁ ହେଉଥିବା ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଗୁଇନ୍ଦାର ଏଭଳି ଏକ ରିପୋର୍ଟ ମିଳିବା ପରେ ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। ରେଳବାଇ ତଥା ତଟ ସୁରକ୍ଷା ବିଭାଗ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ସମସ୍ତ ସମୁଦ୍ର ତଟବର୍ତୀ ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ସେମାନେ ଜଳଭାଗରେ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ଅଧିକ ଥିବାରୁ ରାଜ୍ୟର ସମସ୍ତ ସମୁଦ୍ରକୂଳିଆ ଥାନାଗୁଡ଼ିକରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଜାରି ହୋଇଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି। କୌଣସି ସନ୍ଦିଗ୍ଧଙ୍କୁ ଠାବ କରିବା ମାତ୍ରକେ ତାଙ୍କ ପ୍ରମାଣପତ୍ର ଯାଞ୍ଚ କରିବାକୁ କୁହାଯାଇଛି। ଏହାସହ ପୋଲିସ ଡିଜି ଏଭଳି କୌଣସି ଭୟ ଓଡ଼ିଶା ପ୍ରତି ନାହିଁ କିମ୍ବା ସେ କୌଣସି ସତର୍କ ସୂଚନା ଜାରି କରିନାହାନ୍ତି ।  ଉଲ୍ଲେଖଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକ୍ରମେ ଆସାମ ସରକାର ୧୯୫୧ ପରଠାରୁ ପ୍ରଥମଥର ପାଇଁ ଏନ୍ଆର୍ସି ସଂଶୋଧନ ନିମନ୍ତେ ପଦକ୍ଷେପ ନେଇଥିଲେ। ଏଥିପାଇଁ ରାଜ୍ୟରେ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଥିଲା। ରାଜ୍ୟବାସୀଙ୍କୁ ଭାରତୀୟ ନାଗରିକତ୍ୱ ପ୍ରମାଣ ଦେବା ଲାଗି ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନଗୁଡ଼ିକର ଯାଞ୍ଚ ପରେ ସରକାର ଗତ ୩୦ ତାରିଖ ଦିନ ଚିଠା ରିପୋର୍ଟ ପ୍ରକାଶ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

 

ଓଡ଼ିଶାରେ ବାଂଲାଦେଶ ଅନୁପ୍ରବେଶକାରୀ ନିରାପଦରେ ଅଛନ୍ତି, ଏଣୁ ସେମାନେ ଓଡ଼ିଶାକୁ ଆସିବା ଲାଗି ଆଗ୍ରହ ଦେଖାଉଛନ୍ତି। ଏଣୁ ସୁରକ୍ଷା ବ୍ୟବସ୍ଥା ଏଡିଜି ଶ୍ରୀ ଆଚାର୍ୟ୍ୟଙ୍କୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧୮ଟି ସମୁଦ୍ରକୂଳିଆ ଥାନାରେ ଥିବା ୧୫ଟି ବୋଟ୍କୁ ସମୁଦ୍ରରେ ପାଟ୍ରୋଲିଂ କଡ଼ାକଡ଼ା କରିବାରେ ନିୟୋଜନ କରାଯାଇଛି। ତେବେ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଲର୍ଟ ରହିବା ସହବ ଯଦି କୈାଣସି ସଦିଗ୍ଧ ଦେଖାଯାଆନ୍ତି ତକ୍ରାଳ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।