ଆସାମରେ ପ୍ରବଳ ବର୍ଷା ଓ ବନ୍ୟା ସତ୍ୱେ ଲୋକେ ଦେଖେଇଲେ ଦେଶଭକ୍ତିର ଅନନ୍ୟ ଉଦାହରଣ

30

କନକ ବ୍ୟୁରୋ : ସାରା ଦେଶ ସ୍ୱାଧୀନତା ଦିବସ ପାଳୁଥିବାବେଳେ କିଛି ଅଂଚଳ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଆସାମ ଓ ବିହାର ଭଳି ରାଜ୍ୟରେ ଭୟଙ୍କର ବନ୍ୟା ଆସିଛି । ତା ସତ୍ୱେ ସ୍ୱାଧୀନତା ଦିବସ ପାଳନ ଫିକା ପଡିନାହିଁ । ଆସାମରେ ପ୍ରବଳ ବର୍ଷା ଓ ବନ୍ୟା ସତ୍ୱେ ଲୋକେ ଦେଶଭକ୍ତିର ଅନନ୍ୟ ଉଦାହରଣ ଦେଖାଇଛନ୍ତି ।

ରାଜ୍ୟର ଧୁବ୍ରୀ, ନଉଗାଁ, ବାରପେଟା ଭଳି ଜିଲ୍ଲାରେ ବନ୍ୟାପାଣି ସତ୍ୱେ ସ୍କୁଲଗୁଡିକରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । କିଛି ସ୍ଥାନରେ ଲୋକେ ଡଙ୍ଗା ଉପରେ ଛିଡା ହୋଇ ଜାତୀୟ ପତାକା ଉଡାଇଥିବାବେଳେ ଆଉ କିଛି ସ୍ଥାନରେ ଅଂଟେ ଅଂଟେ ପାଣିରେ ଲୋକେ ସ୍ୱାଧୀନତା ଦିବସ ପାଳନ କରିଥିଲେ ।