ଆସାମରେ ବନ୍ୟା ବିତ୍ପାତ : କାଜିରଙ୍ଗାରେ ଜୀବଜନ୍ତୁଙ୍କ ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି

1

କନକ ବ୍ୟୁରୋ : ଆସାମରେ ଭୟାବହ ବନ୍ୟା ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜୀବଜନ୍ତୁମାନଙ୍କର ମୃତ୍ୟୁ ସଂଖ୍ୟା ଶୁକ୍ରବାର ସୁଦ୍ଧା ୭୩କୁ ବୃଦ୍ଧି ପାଇଛି । ବନ୍ୟା ପାଣି ଛାଡ଼ିବା ପରେ ଅଧିକରୁ ଅଧିକ ସଂଖ୍ୟକ ମଢ଼ ପଡ଼ିଥିବାର ଦେଖା ଯାଉଛି । ଗୁରୁବାର ସୁଦ୍ଧା କରାଯାଇଥିବା ଆକଳନରେ ୫୩ଟି ଜନ୍ତୁ ମରିଥିବା କଥା କୁହାଯାଇଥିଲା ।

ଶୁକ୍ରବାର ଦିନ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିବାରୁ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି । ଉଦ୍ୟାନର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ ହୋଇ ହୋଇଯାଇଥିଲା । ପାଣି ଛାଡ଼ିବା ପରେ ମୃତ ଜନ୍ତୁଙ୍କ ମଢ଼ ଦେଖାଯାଉଛି ବୋଲି କାଜିରଙ୍ଗା ଡିଭିଜିନାଲ୍ ଫରେଷ୍ଟ ଅଫିସର୍ ରୋହିଣୀ ବଲ୍ଲଭ ସାଇକିଆ କହିଛନ୍ତି । ବନ୍ୟା ସମୟରେ ଉଦ୍ୟାନର ଅନେକ ସ୍ଥାନରେ ବଢ଼ିପାଣି ୬ ଫୁଟ୍ ଉଚ୍ଚ ଯାଏଁ ଚାଲି ଆସିଥିଲା । ଡଙ୍ଗା ଯୋଗେ ବନକର୍ମଚାରୀମାନେ ଉଦ୍ୟାନରେ ପାଟ୍ରୋଲିଙ୍ଗ୍ କରୁଛନ୍ତି ।

Comments are closed.