ପ୍ରଳୟଙ୍କାରୀ ବନ୍ୟାରେ ବୁଡ଼ିଲା ଆସାମ ! ୫୮ ଜିଲ୍ଲା ପ୍ରଭାବିତ ଓ ୮୫ ଜଣ ମୃତ

27

କନକ ବ୍ୟୁରୋ : ଆସାମରେ ଭୟାବହ ହୋଇଛି ବନ୍ୟା ପରିସ୍ଥିତି । ବ୍ରହ୍ମପୁତ୍ର ନଦୀରେ ଆସିଥିବା ବନ୍ୟା ଯୋଗୁଁ ରାଜ୍ୟର ୫୮ ଟି ଜିଲ୍ଲା ପ୍ରଭାବିତ ହୋଇଛି । ଆସାମ ବନ୍ୟାରେ ଏପର୍ଯ୍ୟନ୍ତ ୮୫ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଆକଳନ କରାଯାଇଛି । ଘରଦ୍ୱାର, ରାସ୍ତା ଘାଟ ଆଦିରେ ବନ୍ୟା ପାଣି ପ୍ରବାହିତ ହେଉଛି ।

ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବନ୍ୟା ପୀଡିତ । ବନ୍ୟାରେ ଘରଦ୍ୱାର ଉପରେ ବଡ ବଡ ଗଛ ଭାଙ୍ଗିପଡିବା ଫଳରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ଡଙ୍ଗା ସାହାଯ୍ୟରେ ଲୋକେ ଯିବାଆସିବା କରୁଛନ୍ତି । ବନ୍ୟା ପୀଡିତଙ୍କ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶିବିରର ସୁବିଧା କରାଯାଇଛି ।