ଆତଙ୍କୀ ଟାର୍ଗେଟରେ ଭାରତ ! ଲମ୍ବୁଛି ଆଇଏସଆଇଏସ ସଂଗଠନର ଚେର, ବଡ଼ ଧରଣ ଆକ୍ରମଣ ସମ୍ଭାବନା

26

ଦୁନିଆର ସବୁଠାରୁ ଖତରନାକ ଆତଙ୍କୀ ସଂଗଠନ ହେଲା ଆଇଏସଆଇଏସ୍ । ବିିଗତ ବେଶ କିଛି ଦିନ ହେବ ଭାରତରେ ଆଇଆଇସର ଚେର ଲମ୍ବିବାରେ ଲାଗିଛି ବୋଲି ଶୁଣିବା ପାଇଁ ମିଳୁଛି । ଖବର ଅନୁସାରେ ଭାରତର ପୂର୍ବ ରାଜ୍ୟ ତଥା ଆସାମରେ ଆଇଏସଆଇଏସର ସ୍ଥିତି ମହଭୁୁତ ହେବାରେ ଲାଗିଛି । ଆସାମରେ ଏକ ଗଛରେ ଆଇଏସଆଇଏସର ପତାକା ଦେଖିବା ପାଇଁ ମିଳିଥିଲା । ଆଉ ଏଥିପାଇଁ ତୁରନ୍ତ ଯାଂଚ ପ୍ରକ୍ରିୟାର ଆରମ୍ଭ ହୋଇଯାଇଛି । ତେବେ ଏନେଇ ପୋଲିସ ମଧ୍ୟ ଚିନ୍ତାରେ ଅଛି ।

terrorism

 

ଆଇଏସଆଇଏସ୍ ଆତଙ୍କୀ ଟାର୍ଗେଟରେ ଭାରତ । ଗତକାଲି ସକାଳ ସମୟରେ ପ୍ରାତଃ ଭ୍ରମଣ ସୟରେ ଏପରି ପତାକା ଦେଖିବା ପାଇଁ ମଳିଥିଲା । ସୂଚନା ଆନୁସାରେ ଦୁଇଟି ବାଇକରେ ବସି ୪ ଜଣ ଲୋକ ଆସିଥିଲେ ଓ ଏହି ପତାକା ଲଗାଇ ଚାଲିଯାଇଥିଲେ । ତେବେ ପୋଲିସ ଏନେଇ କିଛି ସ୍ପଷ୍ଟ କରିନାହିଁ । ତେବେ ପୋଲିସ ଏବେ ପତାକା ଦେଇ କୌଣସି ସ୍ପଷ୍ଟ ମତପ୍ରକାଶ କରିନାହିଁ । ତେବେ ପୋଲଶସ ଏବେ ପତାକାଙ୍କୁ ନେଇ ଯାଂଚ ଆରମ୍ଭ କରିଦେଇଛି । ପୋଲିସ ଅନୁସାରେ କିଛି ଖଳ ପ୍ରକୃତିର ଲୋକ ଅରାଜକତା ସୃଷ୍ଟି କରିବା ପାଇଁ କରରିପାନ୍ତି ବୋଲି ପ୍ରକାଶ କରିଛନ୍ତି  ।

ତେବେକଥାଟା କେତେ ଦୂର ସତ ସେକଥା ସମୟ କହିବ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ୨୦୧୭ରେ ମଧ୍ୟ ଆସାମ ସରକାର ଆଇଏସଆଇଏସ୍ ଗତିବିଧିକୁ ଦେଖି ସମସ୍ତ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରିଦେଇଥିଲା । ଅନ୍ୟପଟେ ଚଳିତ ଥର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଗୁଡ଼ିକ ସଜାଗ ରହିବା ପାଇଁ ଆଲର୍ଟ କରିଛନ୍ତି ।