କନକ ବ୍ୟୁରୋ: ଆସ୍କାରେ ଆକାଶରେ ଉଡିଲା ବିଜେଡି ବାନା । ଆସ୍କା ଲୋକସଭା ଆସନରେ ବଜେଡି ମହିଳା ପ୍ରାର୍ଥୀ ପ୍ରିମିଳା ବିଶୋୟୀ ପ୍ରମିଳା ବିଶୋୟୀ ମୋଟ ୫୫୨୭୪୯ ଭୋଟ ପାଇଁ ବିଜୟ ହାସଲ କରିଛନ୍ତି । ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶନୀ ୩୪୮୦୪୨ ଭୋଟ ପାଇଁ ଦ୍ୱୀତିୟ ସ୍ଥାନରେ ରହିଛନ୍ତି । ପ୍ରମିଳା ମୋଟ୍ ୨୦୪,୭୦୭ ଭୋଟ ବ୍ୟବଧାନରେ ଆସ୍କା ଆସନ ଅକ୍ତିଆର କରିଛନ୍ତି । ମୈଦାନରେ ଥିଲେ ମୋଟ ୮ ଜଣ ନେତା ହେଲେ ସମସ୍ତଙ୍କୁ ହରାଇ ବାଜିମାରିନେଲେ ପ୍ରମିଳା ।
Kanak News is now on WhatsApp
Join and get latest news updates delivered to you via WhatsApp
ଯେଉଁ ପ୍ରତୀକ୍ଷିତ ଲୋକସଭା ଆସନ ଆସ୍କା ଉପରେ ସମସ୍ତଙ୍କ ଆଖି ରହିଥିଲା ସେଥିରେ ବିଜେଡି ବାଜିମାତ୍ କରିଛି । ସେପଟେ ବୃହତ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ପ୍ରମିଳାଙ୍କ ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି । ବିଶେଷ କରି ମହିଳାଙ୍କ ଉପରେ ଗୁରୁତ୍ୱ ଦେଇ ନବୀନ ନେଇଥିବା ନିଷ୍ପତିର ସମ୍ମାନ ରଖି ବିଜେଡି ବିଜୟ ବାନା ଉଡ଼ାଛନ୍ତି ପ୍ରମିଳା । ଯାହାକି ବିଜେଡି ଶିବିରରେ ଉତ୍ସାହ ଭରି ଦେଇଛି ।