ନୂଆ ଉନ୍ନୟନ କମିଶନର ଭାବେ ଅସିତ୍ ତ୍ରିପାଠୀଙ୍କୁ ମିଳିଲା ଦାୟିତ୍ୱ । 

104

କନକ ବ୍ୟୁରୋ : ଅସିତ୍ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ । ନୂଆ ଉନ୍ନୟନ କମିସନର ହେଲେ ଅସିତ୍ ତ୍ରିପାଠୀ । ଏହାଛଡା ଗୃହ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅସିତ । ୧୯୮୬ ମସିହାର ଏହି ଆଇଏଏସ ଅଫିସରଙ୍କୁ ଆର. ବାଲକ୍ରିଷ୍ଣନଙ୍କ ଅବସର ପରେ ଏହି ନୂଆ ଦାୟିତ୍ୱ ମିଳିଛି । ଏହାଛଡା ପ୍ରଶାସନିକ ସ୍ତରରେ ଆଉ କିଛି ଅଦଳବଦଳ ମଧ୍ୟ କରିଛନ୍ତି ସରକାର ।

ସେହିଭଳି ବରିଷ୍ଠ ଆଇଏଏସ ଅଫିସର ସଂଗ୍ରାମ ମିଶ୍ର ଅବସର ନେବା ପରେ ତାଙ୍କ ସ୍ଥାନରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ମୁଖ୍ୟ ଶାସନ ସଚିବ । ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ସମବାୟ ସଚିବଙ୍କୁ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।