ଅସୀମ୍ ଦାଦା ଅସୁସ୍ଥ ! ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବାକୁ ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍

48

କନକ ବ୍ୟୁରୋ : ଶେଷରେ କଳାକାର ଅସୀମ ବସୁଙ୍କ ଚିକିତ୍ସା ପାଇଁ ସାହାଯ୍ୟ କଲେ ରାଜ୍ୟ ସରକାର । କଳାକାର କଲ୍ୟାଣ ପାଣ୍ଠିରୁ ୧ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ସରକାର । ପ୍ରଖ୍ୟାତ ମଂଚ ନିର୍ଦ୍ଦେଶକ, ଅଭିନେତା ତଥା ଚିତ୍ରଶିଳ୍ପୀ ଓ ଲେଖକ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତ କିଛିଦିନ ହେଲା ସେ ଶ୍ୱାସନଳୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ନ ପାଇ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଆହୁରି ଅଧିକ ଦିନ ତାଙ୍କୁ ଆଇସିୟୁରେ ରଖିବା ଆବଶ୍ୟକ ଥିଲେ ମଧ୍ୟ ଅର୍ଥ ଅଭାବରୁ ତାହା ସମ୍ଭବ ହୋଇ ପାରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଅସୀମ ବସୁଙ୍କ ଝିଅ ଅଭିନେତ୍ରୀ ଭାସ୍ୱତୀ ବସୁଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା । ଆଉ କଳାକାର କଲ୍ୟାଣ ପାଣ୍ଠିରୁ ତାଙ୍କ ଚିକିତ୍ସା ପାଇଁ ୧ଲକ୍ଷ ଟଙ୍କା ମଂଜୁର କରାଯାଇଥିବା ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ।