ଏସୀୟ କ୍ରୀଡ଼ା ୨୦୧୮: ଭାରତୀୟ ମହିଳା ହକି ଟିମର ଜବରଦସ୍ତ ପ୍ରଦର୍ଶନ, ଥାଇଲାଣ୍ଡକୁ ୫-୦ ଗୋଲରେ ମାତ୍ ଦେଇ ସେମିଫାଇନାଲ ଟିକେଟ୍ ହାତେଇଲା ଦଳ

32

ଏସୀୟ କ୍ରୀଡ଼ା ୨୦୧୮ରେ ଭାରତୀୟ ମହିଳା ହକି ଟିମର ଦବଦବା । ଭାରତୀୟ ଦଳର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଥାଇଲାଣ୍ଡ ମହିଳା ହକି ଦଳକୁ ୫-୦ ଗୋଲରେ ପରାସ୍ତ କରି ସେମିଫାଇନାଲ ଟିକେଟ ଅକ୍ତିଆର କରିଛି ଭାରତୀୟ ମହିଳା ହକି ଟିମ୍ । ଭାରତୀୟ ମହିଳା ହକି ଟିମର କ୍ୟାପଟେନ୍ ରାଣୀ ରାମପାଲଙ୍କ ଚମକ୍ରାର ହ୍ୟାଟ୍ରିକ୍ ସଟ୍ ଥାଇଲାଣ୍ଡର ଶକ୍ତିଶଳୀ ଡିଫେଣ୍ଡିଙ୍ଗକୁ ମାତ୍ ଦେଇ ସେମିଫାଇନାଲରେ ପ୍ରବେଶ କରାଇଛି ।

୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗିମାନେ ଅନେକ କ୍ଷେତ୍ରରେ ଗ୍ରହଣୀୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଗତକାଲି ଯେଉଁଭଳି ଭାବେ ହିମା ଦାସ, ଦୂତି ଚାନ୍ଦ ଏବଂ ମହମଦ ଆନସ ଭାରତକୁ ପଦକ ଦେଇ ଗୌରାବନ୍ୱିତ କରିଛନ୍ତି । ଏବେ ଭାରତ ପାଖରେ ମୋଟ୍ ୩୭ଟି ପଦକ ଥିବାବେଳେ ପଦକ ତାଲିକାରେ ୯ମ ଦେଶଭାବେ ରହିଛି ଭାରତ । ସେଥି ମଧ୍ୟରୁ ୭ଟି ସ୍ୱର୍ଣ୍ଣ ୧୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ ପଦକ ରହିଛି ।