ଏସିଆନ ଆଥଲେଟିକ୍ ଚମ୍ପିଆନସିପରେ ଚମକିଲେ ଶ୍ରାବଣୀ ଓ ଦୂତି ! ମହିଳା ୨୦୦ମିଟର ଦୌଡ ଫାଇନାଲରେ ଦୁଇ ଓଡିଆ ଖେଳାଳି

31

କନକ ବ୍ୟୁରୋ : ଏସିଆନ ଆଥଲେଟିକ୍ ମିଟ୍ ର ଶେଷଦିନରେ ଆଜି ଚମକିଛନ୍ତି ଓଡିଆ ଆଥଲେଟ୍ ଶ୍ରାବଣୀ ନନ୍ଦ ଓ  ଦୂତି ଚାନ୍ଦ । ୨୦୦ ମିଟର ଫାଇନାଲରେ ପହଁଚିଛନ୍ତି ଶ୍ରାବଣୀ ନନ୍ଦ ଓ ଦୂତି ଚାନ୍ଦ । ମହିଳା ୨୦୦ ମିଟର ସେମିଫାଇନାଲର ପ୍ରଥମ ହିଟରେ ଶ୍ରାବଣୀ ପ୍ରଥମ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏପଟେ ତୃତୀୟ ହିଟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଦୂତି ଚାନ୍ଦ ବି ଫାଇନାଲ ଟିକେଟ୍ ପାଇଛନ୍ତି ।

ଆଜି ଅପରାହ୍ନରେ ୫ଟା ୪୦ରେ ମହିଳା ୨୦୦ମିଟର ଫାଇନାଲ ଦୌଡ ଅନୁଷ୍ଠିତ ହେବ । ସେମିଫାଇନାଲରେ ଭଲ ପ୍ରଦର୍ଶନ ପରେ ଉଭୟ ଆଥଲେଟଙ୍କ ପଦକ ପାଇବା ସମ୍ଭାବନା ବଢିଛି ।