ଏସିଆନ୍ ଆଥେଲେଟିକ୍ ଚାମ୍ପିଅନସିପ୍ ଟ୍ରାକରେ ଚମକିଲେ ଓଡ଼ିଆ ଝିଅ : ମହିଳା ରିଲେ ଆଣିଲେ ବ୍ରୋଂଜ୍

54

କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଏସୀୟ ଦୌଡ଼କୁଦ ଚାମ୍ପିଅନସିପର, ମହିଳା ବର୍ଗର ୪ ଗୁଣା ୧୦୦ ମିଟର ରିଲେରେ ଭାରତକୁ ମିଳିଛି ବ୍ରୋଂଜ୍ । ଏହି ଦଳରେ ଥିଲେ ଦୁଇ ଜଣ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ । ଫିନିସ ଲାଇନକୁ ଚମତ୍କାର ଭାବରେ ପହଂଚିଥିଲେ ଦୂତୀ ଚାନ୍ଦ ଏବଂ ଦଳ ପାଇଁ ଆଣିଥିଲେ ବ୍ରୋଂଜ ପଦକ ।

କାଜାଗସ୍ଥାନ ଏହି ବିଭାଗରେ ୪୩.୫୩ ସେକେଣ୍ଡରେ ଶେଷ କରି ସ୍ୱର୍ଣ୍ଣ ପାଇଥିବା ବେଳେ ଚୀନ ୪୪.୫୦ ସମୟ ସହ ରୌପ୍ୟ ପଦକ ପାଇଛି । ଭାରତୀୟ ଧାବିକାମାନେ ଏହି ରିଲେ ଶେଷ କରିବା ପାଇଁ ୪୪.୫୭ ସେକେଣ୍ଡ ସମୟ ନେଇଥିଲେ । ଏହା ଏକ ଦଳଗତ ପ୍ରଚେଷ୍ଟା ଏବଂ ଅଳ୍ପକରେ ରୌପ୍ୟ ପଦକରୁ ବଂଚିତ ହେଲୁ ବୋଲି ସେମାନେ କହିଛନ୍ତି । ତେହେ ଏହି ସଫଳତା ପାଇଁ ଦୂତୀ, ଶ୍ରାବଣୀ ସମେତ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଦେଖନ୍ତୁ ଏହି ଭିଡ଼ିଓ –