ନିରାଶ କଲେ ଓଡ଼ିଆ ଧାବିକା ଜଉନା ମୁର୍ମୁ : ୪୦୦ ମିଟର ମହିଳା ହଡଲ୍ସରେ ରହିଲେ ଷଷ୍ଠ ସ୍ଥାନରେ

30

କନକ ବ୍ୟୁରୋ : ନିରାଶ କଲେ ଓଡିଆ ଧାବିକା ଜଉନା ମୁର୍ମୁ । ୪୦୦ ମିଟର ମହିଳା ହଡଲ୍ସରେ ସେ ଷଷ୍ଠ ସ୍ଥାନରେ ରହିଛନ୍ତି । କିନ୍ତୁ ଟ୍ରାକରେ ଚମକିଛନ୍ତି ଅନ୍ୟ ଭାରତୀୟ ସ୍ପ୍ରିଂଟର । ଏହି ବିଭାଗରେ ଦେଶ ପାଇଁ ରୌପ୍ୟ ଆଣିଛନ୍ତି ଅନୁ ଆର । ଫାଇନାଲରେ ତିନି ଜଣ ଭାରତୀୟ ଧାବିକା ଜଉନା ମୁର୍ମୁ, ଅନୁ ଆର ଓ ଅର୍ପିତା ଏମ ଟ୍ରାକରେ ଓହ୍ଲାଇ ଥିଲେ ।

ଭିଏତନାମର ହୁଏନ ଥି ୫୬. ୧୪ ସେକେଣ୍ଡରେ ଦୌଡ଼ ଶେଷ କରି ସ୍ୱର୍ଣ୍ଣ ହାସଲ କରିଥିବା ବେଳେ ଅନୁ ଆର ୫୭.୨୨ ସେକେଣ୍ଡ ସମୟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଜାପାନର ସାୟାକା ଆଓକି ୫୮.୧୮ ସେକେଣ୍ଡ ସହ ବ୍ରୋଂଜ ପଦକ ହାତେଇଛନ୍ତି । ତେବେ ଜଉନା ଓ ଅର୍ପିତା ଷଷ୍ଠ ଓ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି । ପ୍ରଥମ ଆନ୍ତର୍ଜାତୀୟ ମେଡାଲ ହାସଲ କରି ଅନୁ ଖୁସି ଜାହିର କରିଛନ୍ତି ।