ଆଜି ଏସିଆନ ଆଥଲେଟିକ୍ ଚାମ୍ପିଅନସିପର ଉଦଘାଟନୀ ଉତ୍ସବ ! ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପିବ କଳିଙ୍ଗ ଷ୍ଟାଡିୟମ

23

କନକ ବ୍ୟୁରୋ : ଆଜି ଆରମ୍ଭ ହେବ ୨୨ତମ ଏସିଆନ ଆଥଲେଟିକ୍ ଚାମ୍ପିଅନସିପ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ । ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଓଡିଶୀ ଫ୍ୟୁଜନ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ସହ ଗୀତସଂଗୀତ କାର୍ଯ୍ୟକ୍ରମ ରହିଛି । ପ୍ରାୟ ଅଢେଇ ଘଂଟା ଧରି ଉଦଘାଟନୀ ଉତ୍ସବ ପାଇଁ ସମସ୍ତେ ଅଭ୍ୟାସ କରିଛନ୍ତି । ଆନୁଷ୍ଠାନିକ ଉଦଘାଟନ ପୂର୍ବରୁ ଷ୍ଟାଡିଅମରେ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି ।

ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ପୂଜାରେ କର୍ତ୍ତା ଭାବେ ପୂଜା କରିଥିବା ଦେଖିବାକୁ ମିଳିଥିଲା । ଏସିଆନ ଆଥଲେଟିକ୍ ମିଟର ୪୫ଟି ଦେଶର ପ୍ରାୟ ୮୦୦ରୁ ଅଧିକ ଖେଳାଳି ଓ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ଓଡିଶାର ସଂସ୍କୃତିର ଗାଥା ଗାଉଥିବା ରଙ୍ଗବତୀ ପୁଣିଥରେ ଇତିହାସ ରଚିବାକୁ ଯାଉଛି । ଚଳିତଥର ବଲିଉଡର ପ୍ରଚ୍ଛଦପଟ୍ଟ ଗାୟକ ଶଂକର ମହାଦେବନ ଏହାକୁ ଗାଇବେ ଏବଂ ଶୁଣିବେ ସମଗ୍ର ଏସିଆ ମହାଦେଶ  ।