ସୁନା ପାଇଁ ଦୌଡିବେ ଏହି ସୁନାଝିଅ ! ଏସିଆନ୍ ଆଥଲେଟିକ୍ ମିଟ୍ ଫାଇନାଲରେ ପହଁଚିଲେ ଦୂତି ଚାନ୍ଦ

39

କନକ ବ୍ୟୁରୋ : ପୁଣି ଟ୍ରାକରେ ଚମକିଲେ ଦୂତି ଚାନ୍ଦ । ଏସିଆନ୍ ଆଥଲେଟିକ୍ ମିଟ୍ ଫାଇନାଲରେ ପହଁଚିଲେ ଓଡିଆ ସ୍ପ୍ରିଂଟର୍ । ଏବେ ସୁନା ପାଇଁ ଦୌଡିବେ ଏହି ସୁନାଝିଅ । ମହିଳା ୧୦୦ମିଟର ଦୌଡ ସେମି ଫାଇନାଲରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଏ କରିଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ୧୦୦ ମିଟର ରେସ୍ ସେମି ଫାଇନାଲରେ ୧୧.୫୬ ସେକେଣ୍ଡ୍ ସମୟ ନେଇ ଫାଇନାଲ ଯାଇଛନ୍ତି ଦୂତି । ଆଜି ରାତିରେ ହେବ ଫାଇନାଲ୍ ଫାଇଟ୍ । ଗତକାଲି କ୍ୱାଲିଫାଇଂ ରାଉଣ୍ଡରେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ ରହିଥିଲେ ଦୂତି ଚାନ୍ଦ । ଆଜି ଦୂତି ଚାନ୍ଦଙ୍କ ଦୌଡ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫାଇନାଲକୁ ଯାଇଥିବାରୁ ଦୂତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ସେମିଫାଇନାଲରେ ନିରାଶ କରିଛନ୍ତି ଓଡିଆ ପୁଅ ଅମିୟ ମଲ୍ଲିକ । ଆଜି ରେସ୍ ଆରମ୍ଭ ହେବା ବେଳେ ତ୍ରୁଟି ଯୁକ୍ତ ଆରମ୍ଭ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଫଳରେ ଶହେ ମିଟର ପୁରୁଷ ବର୍ଗରେ ଆଶା କରାଯାଉଥିବା ମେଡାଲରୁ ଭାରତ ନିରାଶ ହୋଇଛି ।