କଳିଙ୍ଗ ଷ୍ଟାଡିୟମ ଟ୍ରାକରେ ଦୌଡିଲା ଏସିଆ ! ଡେକାଥଲନ ଶହେ ମିଟର ଦୌଡରୁ ଆରମ୍ଭ ହେଲା ପଦକ ପାଇଁ ଲଢେଇ

28

କନକ ବ୍ୟୁରୋ : ଏସିଆନ ଆଥଲେଟିକ ମିଟରେ କଳିଙ୍ଗ ଷ୍ଟାଡିୟମରେ ପଦକ ପାଇଁ ଲଢେଇ । ଟ୍ରାକରେ ପ୍ରତିଯୋଗୀଙ୍କ ମଧରେ କଡା ଟକ୍କର । ବିଭିନ୍ନ ଇଂଭେଟରେ ପ୍ରତିଯୋଗିତା ହେବାକୁ ଥିବା ବେଳେ ଆଜିର ଟକ୍କର ଡେକାଥଲନ ପୁରୁଷ ଶହେ ମିଟର ଦୌଡରୁ ଆରମ୍ଭ ହୋଇଛି । ଏହାପରେ ମହିଳା ୧୫ଶହ ମିଟର ଓ ପୁରୁଷ ୧୫ଶହ ଦୌଡ ପ୍ରତିଯୋଗୀତା କରାଯାଇଛି ।

ଶହେ ମିଟର ଦୌଡରେ ଭାରତ ପକ୍ଷରୁ ଅଭିଶେକ ସେଠୀ ପ୍ରତିନିଧିତ୍ୱ କରୁଥିବା ବେଳେ ମହିଳା ୧୫ଶହ ମିଟର ଦୌଡ କ୍ୱାଲିଫାଏ ରାଉଣ୍ଡରେ ଭାରତର ପିୟୁ ଚିତ୍ରା ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେହିଭଳି ପୁରୁଷ ୧୫ଶହ ମିଟର ଦୌଡ ପ୍ରତିଯୋଗୀ କ୍ୱାଲିଫାଏ ରାଉଣ୍ଡରେ ଭାରତର ସିଦ୍ଧାର୍ଥ ଅଧିକାରୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଆଜି ମୋଟ୍ ୮ଟି ଇଂଭେଟରେ ପ୍ରତିଯୋଗିତା ହେବ । ଡେକାଥଲ, ଲଙ୍ଗ ଜମ୍ପ, ସଟ ଫୁଟ ଓ ୪ ଶହ ମିଟର ଇଂଭେଟରେ ପ୍ରତିଯୋଗିତା ହେବ । ସନ୍ଧ୍ୟାରେ ପଦକ ପ୍ରଦାନ ସହ ଆଉ କିଛି ଇଭେଂଟରେ ପ୍ରତିଯୋଗିତା ହେବ ।

ଏହାସହ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଆଜି ଦୌଡିବ ଓଡିଶା । ସନ୍ଧ୍ୟାରେ ଓଡିଆ ଖେଳାଳିଙ୍କ ଅଭିଯାନ ଆରମ୍ଭ ହେବ । ଆଜି ସନ୍ଧ୍ୟାରେ ଆଥଲେଟ୍ ଦୂତି ଚାନ୍ଦ ଓ ଅମୀୟ ମଲ୍ଲିକଙ୍କ ଇଂଭେଟ ରହିଛି । ସଂଧ୍ୟା ୬ଟା ୧୫ ମିନିଟରେ ୧୦୦ ମିଟର ପ୍ରଥମ ରାଉଣ୍ଡରେ ଅମୀୟ ମଲ୍ଲିକ ଓ ୬ଟା ୪୫ ମିନିଟରେ ମହିଳା ବିଭାଗ ୧୦୦ ମିଟର ରାଉଣ୍ଡରେ ଦୌଡିବେ ଦୂତି ଚାନ୍ଦ । ଏଥିରେ ଏମାନେ କ୍ୱାଲିଫାଏ କଲେ ଆସନ୍ତାକାଲି ସେମିଫାଇନାଲ ରାଉଣ୍ଡ ଖେଳିବେ । କାଲି ରାତିରେ ହିଁ ଫାଇନାଲ ହେବ ।