ଏସିଆନ ଆଥଲେଟିକ ଚାମ୍ପିଅନସିପ ! ପଦକ ହାସଲ କରିଥିବା ଓଡ଼ିଆ ଖେଳାଳିଙ୍କୁ କିଟ୍ ଓ କିସ୍ ତରଫରୁ ସମ୍ବର୍ଦ୍ଧିନା

39

କନକ ବ୍ୟୁରୋ : ଏସିଆନ ଆଥଲେଟିକ ଚାମ୍ପିଅନସିପରେ ଯେଉଁ ଓଡିଆ ଖେଳାଳି ମାନେ ପଦକ ହାସଲ କରିଛନ୍ତି ସେମାନଙ୍କୁ କିଟ୍ ଓ କିସ୍ ତରଫରୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ଦୂତି ଚାନ୍ଦଙ୍କୁ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଶ୍ରାବଣୀ ନନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ଦେଢ ଲକ୍ଷ ଟଙ୍କାର ଆର୍ଥିକ ପୁରଷ୍କାର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ କିଟ୍ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଦୌଡ ରାଣୀ ଅନୁରାଧା ବିଶ୍ୱାଳ ଉପସ୍ଥିତ ରହି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।