ଦୂତି ଚାନ୍ଦଙ୍କୁ ବ୍ରୋଞ୍ଜ ! ୧୦୦ ମିଟର ମହିଳା ଦୌଡ଼ରେ ତୃତୀୟ ହେଲେ ଓଡ଼ିଆ ସ୍ପ୍ରିଂଟର୍

35

କନକ ବ୍ୟୁରୋ : ପୁଣି ଟ୍ରାକରେ ଚମକିଲେ ଦୂତି ଚାନ୍ଦ । ଏସିଆନ୍ ଆଥଲେଟିକ୍ ମିଟ୍ ଫାଇନାଲରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି ଏହି ଓଡିଆ ଧାବିକା । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ମହିଳା ୧୦୦ ମିଟର ଦୌଡ ସେମି ଫାଇନାଲରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ କ୍ୱାଲିଫାଇ କରିଥିଲେ ଦୌଡରାଣୀ ଦୂତି ଚାନ୍ଦ । ୧୦୦ ମିଟର ରେସ୍ ସେମି ଫାଇନାଲରେ ସେ ୧୧.୫୬ ସେକେଣ୍ଡ ସମୟ ନେଇଥିଲେ ।