ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ ! ପ୍ରଥମ ଦିନରେ ଭାରତକୁ ମିଳିଲା ୭ଟି ପଦକ

23

କନକ ବ୍ୟୁରୋ : ପ୍ରଥମ ଦିନରେ ଭାରତକୁ ମୋଟ ୭ଟି ପଦକ ମିଳିଛି । ସେଥିରେ ରହିଛି ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୪ଟି ବ୍ରୋଞ୍ଜ । ସଟଫୁଟ୍ ଥ୍ରୋରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିଣିଛନ୍ତି ମନପ୍ରୀତ କୌର । ୫ ହଜାର ମିଟର ପୁରୁଷ ବିଭାଗ ଦୌଡରେ ଜି. ଲକ୍ଷ୍ମଣନ୍ ମଧ୍ୟ ଗୋଲ୍ଡ ମେଡାଲ ଜିତିଛନ୍ତି ।

ସେହିପରି ମହିଳା ଲଙ୍ଗ ଜମ୍ପରେ ନିନା ଭି. ରୌପ୍ୟ ଓ ନୟନା ଜେମ୍ସ ବ୍ରୋଞ୍ଜ ପଦକ ପାଇଛନ୍ତି । ପୁରୁଷ ଡିସକସ୍ ଥ୍ରୋରେ ବିକାଶ ଗୌଡାଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ୫ ଶହ ମିଟର ମହିଳା ଦୌଡରେ ସଂଜିବନୀ ଯାଦବ ବ୍ରୌଞ୍ଜ ପଦକ ଜିତିଛନ୍ତି । ସେହିପରି ମହିଳା ଜାଭଲିନ୍ ଥ୍ରୋରେ ଅନୁରାଣୀଙ୍କୁ ବ୍ରୋଞ୍ଜ ପଦକ ମିଳିଛି ।