୨୨ତମ ଏସୀୟ ଦୈାଡ଼କୁଦ ପ୍ରତିଯୋଗିତାର ବାଜିଲା ବିଗୁଲ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଶୁଭାରମ୍ଭ

21

କନକ ବ୍ୟୁରୋ : ୨୨ତମ ଏସିଆନ୍ ଆଥଲେଟିକ୍ ମିଟର ବାଜିଲା ବିଗୁଲ । କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଛି ଏସିଆ ମହାଦେଶର ସବୁଠୁ ବଡ କ୍ରୀଡା ଇଭେଂଟ୍ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏସୀୟ କ୍ରୀଡା ମହାକୁମ୍ଭକୁ ସ୍ୱାଗତ କରିଛି ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ଭାଗ ନେଉଛନ୍ତି ୪୫ ଦେଶର ୬୦୦ରୁ ଅଧିକ ପ୍ରତିଯୋଗୀ ।

ଏସିଆର ସବୁ ଦେଶର ଆଥଲେଟ୍ ଷ୍ଟାଡିୟମରେ କରିଛନ୍ତି ମାର୍ଚପାଷ୍ଟ । ଝଲସିଉଠିଛି କଳିଙ୍ଗ ଷ୍ଟାଡିୟମ । ରଙ୍ଗାରଙ୍ଗ ଆତସବାଜି ସାଙ୍ଗକୁ ଲେଜର ସୋ । ମଂଚରେ ପ୍ରଦର୍ଶିତ ହେବ ଓଡିଶାର କଳା, ସଂସ୍କୃତି ଓ ପରମ୍ପରା । ବର୍ଣ୍ଣାଢ଼୍ୟ ପରିବେଶରେ ଆଖି ଝଲସା ଅନୁଭୁତି ସାଉଁଟିଛନ୍ତି ହଜାର ହଜାର ଦର୍ଶକ ।