ଜୈସ୍ ପ୍ରମୁଖ ମସୁଦ୍ ଅଜହର୍ ଗମ୍ଭୀର ରୋଗରେ ପୀଡିତ ଥିବା କଥା କହି ଭୂଆଁ ବୁଲାଇ ଆସୁଥିଲା ପାକିସ୍ତାନ ! ଆତଙ୍କୀ କହିଲା , ମୁଁ ସମ୍ପୁର୍ଣ୍ଣ ଠିକ୍ ଅଛି ।

291

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍ – ଏ- ମହମ୍ମଦ ଆତଙ୍କବାଦୀ ସଂଗଠନ ପ୍ରମୁଖ ମସୁଦ୍ ଅଜହର୍ ର ଏକ ନୂଆ ଅଡିଓ ଏବେ ସାମ୍ନାକୁ ଆସୁଛି ଯେଉଁଥିରେ ସେ ପାକ୍ ପିନ୍ଧିଥିବା ମୁଖାକୁ ବାହାର କରିଛି । ଏହି ଭିଡିଓରେ ପାକ୍ କିଭଳି ଭାବେ ତାକୁ ବଚାଂଇବା ପାଇଁ ମିଛ ପରେ ମିଛ କହିଚାଲିଛି ତାହା ସେ ବଖାଣୁଛି । ପୁଲୱାମା ଆକ୍ରମଣର ୧୬ ଦିନ ପରେ ଶାହ୍ ମହମ୍ମଦ କ୍ୟୁରେସୀ ଦୁନିଆ ସାମ୍ନାରେ ଏହି କଥାକୁ ମାନିଥିଲେ ଯେ ଭାରତୀୟ ସେନା ଉପରେ ଏଭଳି ଭୟାନକ ଆକ୍ରମଣ କରିଥିବା ବ୍ୟକ୍ତି ମସୁଦ୍ ଅଜହର ପାକ୍ ରେ ହିଁ ରହିଛି । କେବଳ ଏତିକି ନୁହେଁ ମସୁଦ୍ ର ଦେହ ଖରାପ ଥିବା କଥା ଏମିତିକି ଚଲାବୁଲା ନ କରିପାରୁଥିବା କଥା କହି ସେ ସମସ୍ତଙ୍କୁ ଭୂଆଁ ବୁଲାଇ ଆସୁଥିଲେ । କିନ୍ତୁ ପୁଲୱାମା ଆକ୍ରମଣର ୧ ମାସ ପରେ ମସୁଦ୍ ର ଏଭଳି ଅଡିଓ ଭାଇରାଲ୍ ହେବା ପରେ ଏହା ଜଣାପଡୁଛି ଯେ ପାକ୍ ନିଜ ପଣତକାନୀ ତଳେ କେବଳ ଆତଙ୍କବାଦୀ ନୁହଁ ମିଛ ମଧ୍ୟ ପାଳୁଛି । ଅଡିଓରେ ମସୁଦ୍ କହୁଛି , “ମୋ ଗମ୍ଭୀର ରୋଗ ହୋଇଥିବା ଖବର ପ୍ରସାରଣ ହେଉଛି । କିଏ ବୃକକ୍ ଖରାପ ହୋଇଥିବା କଥା କହିଲା ବେଳେ ଆଉ କେହି ହୃଦୟ ଖରାପ ଥିବା କଥା କହୁଛି । ଏହି ୨ – ୪ ଟି ଖବର ଏବେ ଚିନ୍ତାର ବିଷୟ ହୋଇଥିବା ବେଳେ ମୁଁ କହିରଖୁଛି ମୋର କିଛି ହୋଇନାହିଁ ମୁଁ ସମ୍ପୁର୍ଣ୍ଣ ରୁପେ ଠିକ୍ ଅଛି ।”

୧୨ ମାର୍ଚ୍ଚକୁ ରେକର୍ଡ ହୋଇଥିବା ଏହି ଅଡିଓରୁ ପାକ୍ ରେ ମସୁଦର ମିଛ ରୋଗର ପର୍ଦ୍ଦାଫାସ୍ ହୋଇସାରିଛି । ସେ ଅଡିଓରେ କହୁଛି , ୧୭ ବର୍ଷ ହେଲାଣି ମୁଁ କେବେ ଡାକ୍ତରଖାନା ଯାଇନାହିଁ । ମେଡିକାଲ୍ ପରୀକ୍ଷା ବିପକ୍ଷରେ ରହୁଥିବାରୁ କେବେ ପରୀକ୍ଷା କରାଇନାହିଁ । କିନ୍ତୁ ସୁଗର୍ ଏବଂ ବ୍ଲଡପ୍ରେସର ଭଳି ରୋଗ ନଥିବା କଥା ନାହିଁ ବୋଲି ଜଣାପଡୁଛି । ଏଥିରୁ ଜଣାପଡୁଛି ମସୁଦ୍ କୁ ବଚାଂଇବା ପାଇଁ କେଉଁଭଳି ଭାବରେ ମିଛ କହୁଛି । ପାକ୍ ସେନା ମସୁଦ୍ କୁ କୌଣସି ରାଜା ଭଳି ସମ୍ମାନ ଦେଉଥିବା ବେଳେ ଆତଙ୍କର ଫ୍ୟାକ୍ଟରୀ ଚଲାଇବା ପାଇଁ ନିଜ ଜମି ମସୁଦକୁ ଦେଇଛି ।