ଓଡିଶାକୁ ଫେରିଛନ୍ତି ଏସିଆ କପ୍ ହକି ଟୁର୍ଣ୍ଣାମେଂଟର ଅଧିନାୟକ ନୀଲମ ସଞ୍ଜୀବ ଖେସ୍

34

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାକୁ ଫେରିଛନ୍ତି ଭାରତୀୟ ଅଣ୍ଡର ଏଇଟିନ୍ ଏସିଆ କପ୍ ହକି ଟୁର୍ଣ୍ଣାମେଂଟର ଅଧିନାୟକ ନୀଲମ ସଞ୍ଜୀବ ଖେସ୍ । ସେ ବଖାଣିଛନ୍ତି ତାଙ୍କର ଟୁର୍ଣ୍ଣାମେଂଟକୁ ନେଇ ଘଟିଥିବା ବିଭିନ୍ନ ଅନୁଭୂତିକୁ । ନୀଲମଙ୍କ ନେତୃତ୍ୱରେ ଭାରତ ଟାଇଟଲ ହାସଲ କରିଛି । ବାଂଲାଦେଶକୁ ହରାଇ ଟାଇଟଲ ହାସଲ କରିଛି ଭାରତ ।

୨୦୦୧ ଏସିଆ କପ୍ ପରେ ଦ୍ୱିତୀୟ ଥର ପାଇଁ ଏହି ସଫଳତା ମଳିଛି ଭାରତକୁ ।ଏହି ବିଜୟର ନାୟକ ସାଜିଥିଲେ ଭାରତୀୟ ଦଳର ଅଧିନାୟକ ନୀଲମ ସଞ୍ଜୀବ ଖେସ୍ । ନୀଲମ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଂଚଳର । ନୀଲମ ବର୍ତମାନ ଭୁବନେଶ୍ୱର ହକି ଏକ୍ସସେଲନ୍ସି ସେକ୍ଟରରେ ପଶିକ୍ଷଣ ନେଉଛନ୍ତି ।