ଏସିଆ କପରେ ଆଜି ଭାରତ-ହଂକଂ ମ୍ୟାଚ୍ ! ଖେଳିବା ପୂର୍ବରୁ ହଂକଂ କ୍ୟାପଟେନଙ୍କ ପ୍ରତିକ୍ରିୟା, କହିଲେ ଭାରତଠାରୁ କ୍ରିକେଟ ଶିଖିବାକୁ ମିଳିବ

31

କନକ ବ୍ୟୁରୋ: ଆଜି ଏସିଆ କପରେ ଭାରତ ଖେଳିବ ପ୍ରଥମ ମ୍ୟାଚ୍ । ଦୁବାଇରେ ନବାଗତ ହଂକଂ ବିରୋଧରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ଭାରତ ।

ନିୟମିତ ଅଧିନାୟକ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଭିଜ୍ଞତା ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ । ଯଦିଓ ହଂକଂକୁ ହରାଇବା ଭାରତ ପକ୍ଷେ ସେତେଟା କଷ୍ଟସାଧ୍ୟ ହୋଇ ନପାରେ, ତେବେ ଭାରତର ପ୍ରଦର୍ଶନ କିଭଳି ରହୁଛି ତା ଉପରେ ଧ୍ୟାନ ରହିବ । କାରଣ ଆସନ୍ତାକାଲି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ଥିଲା ବେଳେ ଦଳର ଆଜିର ପ୍ରଦର୍ଶନ ବେଶ୍ ଗୁରୁତ୍ୱ ବହନ କରୁଛି ।

ସେପଟେ, ଏସିଆ କପରେ ବଡ଼ ବିପର୍ଯ୍ୟୟ । ଏସିଆ କପରୁ ବିଦା ହେଲା ଶ୍ରୀଲଂକା । ଆଫଗାନିସ୍ତାନ ପାଖରୁ ପରାସ୍ତ ହୋଇ ଏସିଆ କପରୁ ବାହାର ହୋଇଯାଇଛି ଶ୍ରୀଲଂକା ଦଳ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଲଢ଼ୁଆ ଖେଳ ପ୍ରଦର୍ଶନ ସହ ୫୦ ଓଭରରେ ୨୫୦ ରନ୍ କରିଥିଲା । ତେବେ ଏହାର ଜବାବରେ ଶ୍ରୀଲଂକାର ପ୍ରଦର୍ଶନ ଶୋଚନୀୟ ରହିଥିଲା ।

ଖେଳ ପ୍ରଥମରୁ ଅଳ୍ପ ଅଳ୍ପ ବ୍ୟବଧାନରେ ୱିକେଟ୍ ହରାଇଥିଲା ଶ୍ରୀଲଙ୍କା । ଫଳରେ ଶ୍ରୀଲଂକା ଦଳ କେବଳ ୧୫୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାସହ ୯୧ ରନରେ ମ୍ୟାଚକୁ ଜିତି ନେଇଥିଲା ଆଫଗାନିସ୍ତାନ ଦଳ । ପୂର୍ବରୁ ବାଂଲାଦେଶ ଠାରୁ ହାରିଥିବା ଶ୍ରୀଲଂକା ଆଫଗାନିସ୍ତାନ ଠାରୁ ହାରିବା ପରେ ଚଳିତ ଏସିଆ କପରୁ ବାହାର ହୋଇଯାଇଛି ।