ଭାରତ କ୍ରୋଧରେ ଡରିଲା ପାକିସ୍ତାନ ! ଏଲଓସିରେ ବଢାଇଲା ସୈନ୍ୟ ଏବଂ ହତିଆର,ଯୁଦ୍ଧ ପାଇଁ କଲା ପ୍ରସ୍ତୁତି ।

438

ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତର କୁଟନୀତି ଉପରେ ଭୟ ପାଇଥିବା ପାକିସ୍ତାନ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି)ର ସେନା ଏବଂ ତୋପ ସଂଖ୍ୟାକୁ ବଢାଇ ଦେଇଛି । ପାକିସ୍ତାନ ତରଫରୁ ଅଧିକ ଫାୟାରିଙ୍ଗ୍ ର ଅନ୍ଦାଜ ଲଗାଇ ରାଜୋରୀର ନଶେରା ସେକ୍ଟରରେ ଏଲଓସି ସହ ଜଡିତ ଥିବା ଗ୍ରାମ ଏବଂ ଗ୍ରାମବାସୀମାନଙ୍କୁ ଆଲର୍ଟ ରହିବା ପାଇଁ ପାକିସ୍ତାନ ସେନା ତରଫରୁ କୁହାଯାଇଛି । ଏହାସହ ପାକିସ୍ତାନର ଗୋଳାବାରୁଦରୁ ସ୍ଥାନୀୟ ଲୋକଙ୍କୁ ବଂଚାଇବା ପାଇଁ ଅସ୍ଥାୟୀ କ୍ୟାମ୍ପର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯେମିତିକି ଆବଶ୍ୟକ ପଡିଲେ ଲୋକମାନେ ଉକ୍ତ କ୍ୟାମ୍ପରେ ରହିପାରିବେ ।

ଭାରତୀୟ ସେନାର ଡରରେ ପାକିସ୍ତାନ ସୈନ୍ୟ ନାଗରିକଙ୍କୁ ବର୍ଡରରୁ ଶୀଘ୍ର ଅନ୍ୟତ୍ର ଯିବା ପାଇଁ କହିସାରିଛି । ଏଥିପାଇଁ ପାକିସ୍ତାନ ତରଫରୁ ଆଡଭାଇଜରୀ ମଧ୍ୟ ଜାରୀ କରାଯାଇଛି । ଯେଉଁଥିରେ ବାହାରକୁ ଯିବା ପାଇଁ ବାରଣ କରାଯିବା ସହ ବଙ୍କରରୁ ନ ବାହାରିବାକୁ ମଧ୍ୟ କୁହାଯାଇଛି । ପୁଲୱାମା ଆଟାକ୍ ପରେ ଭାରତ ଉପରେ ପାକିସ୍ତାନର ଡର ଅଧିକ ବଢିଯାଇଛି ଏବଂ ଏହି ଡରରେ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଇସଲାମାବାଦ୍ ରେ ନ୍ୟାସନାଲ୍ ସିକ୍ୟୁରିଟି କାଉନସିଲ୍ ର ଏକ ମିଟିଙ୍ଗ୍ ଡକାଇଥିଲେ । ଯେଉଁଥିରେ ଏଭଳି ଆଡଭାଇଜରୀ ଜାରୀ କରାଯାଇଥିଲା । ଏଥିପାଇଁ ସେନା ତରଫରୁ ଅଧିକରୁ ଅଧିକ ସୈନ୍ୟ ଏବଂ ଗୋଳାବାରୁଦ,ତୋପ ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି ।