ଜଗମୋହନ ଛାତ ମରାମତିର ଅନୁଧ୍ୟାନ ପାଇଁ ଆଜି ଆସୁଛନ୍ତି ଏଏସଆଇ ଟିମ୍ ! ପ୍ରସ୍ତୁତ ହେବ ନକ୍ସା ଓ ଅଟକଳ

28

କନକ ବ୍ୟୁରୋ : ଶ୍ରୀମନ୍ଦିର ଜଗମୋହନ ଛାତ ମରାମତିର ଅନୁଧ୍ୟାନ ପାଇଁ ଆଜି ଏଏସଆଇର ବୈଷ୍ୟୟିକ କୋର କମିଟି ପୁରୀ ଆସୁଛନ୍ତି । ଅନୁଧ୍ୟାନ ପରେ ଛାତର ମରାମତି ସମ୍ପର୍କରେ କୋର କମିଟି ନିଷ୍ପତି ଗ୍ରହଣ କରିବ । ଏହି କମିଟିି ଛାତ ମରାମତିର ନକ୍ସା ଓ ଅଟକଳ ପ୍ରସ୍ତୁତ କରିବା ସମ୍ଭାବନା ରହିଛି ।

ଏହି ଡିଜାଇନ ଓ ଏଷ୍ଟିମେଟ ଅନୁମୋଦନ ପାଇବା ପରେ କାମ ଆରମ୍ଭ ହେବ । ଶ୍ରୀମନ୍ଦିର ଜଗମୋହନକୁ ବିମ ଓ ପିଲର ମାଧ୍ୟମରେ ସୁରକ୍ଷା ଯେଗାଇଦିଆଯାଇଛି । ଠିକ ଏହିଭଳି ଜଗମୋହନ ଛାତକୁ ମଧ୍ୟ ସୁରକ୍ଷା ଦିଆଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ଜଗମୋହନ ଛାତ ମରାମତିକୁ ଅନୁମୋଦନ କରିଛି ।