ପାଣ୍ଡବଙ୍କୁ ଜୀଅନ୍ତା ଜାଳିବାକୁ କିଭଳି ହୋଇଥିଲା ଷଡଯନ୍ତ୍ର ! ମହାଭାରତର ରହସ୍ୟମୟ ଜଉଘରର ଫିଟିବ ରହସ୍ୟ

81

ମହାଭାରତର ଲାଖଘରର ଅନୁସନ୍ଧାନ କରିବ ପ୍ରତ୍ନତତ୍ତ୍ୱ ବିଭାଗ । ଉତ୍ତର ପ୍ରଦେଶର ବାଘପତ ଜିଲ୍ଲାର ବରନାୱରେ ଥିବା ଲାଖଘରରେ ଅନୁଧ୍ୟାନ କରିବ ଏଏସଆଇ ଟିମ୍ । ମହାଭାରତର ତଥ୍ୟ ଅନୁସାରେ ଲାଖଘର ସୁଡଙ୍ଗ ଦେଇ ପଂଚୁ ପାଣ୍ଡବ ନିଜ ଜୀବନ ରକ୍ଷା କରିଥିଲେ । ଉତ୍ତର ପ୍ରଦେଶର ମେରୁଟରେ ବହୁ ବର୍ଷ ଧରି ଏଭଳି ଏକ ସୁଡଙ୍ଗରେ ଲାଖଘରର ପ୍ରତୀକ ଭାବେ ପୁଜାର୍ଚ୍ଚନା ଚାଲିଛି । ଏବେ ସ୍ଥାନୀୟ ଏତିହାସିକଙ୍କ ଦାବି କ୍ରମେ ଏଏସଆଇ ଡିସେମ୍ବର ମାସଠାରୁ ଏଠାରେ ଅନୁସନ୍ଧାନ ଆରମ୍ଭ କରିବାକୁ ଯାଉଛି ।

ମହାଭାରତରେ ବର୍ଣ୍ଣିତ ରହିଛି ଲାଖଘରର ତଥ୍ୟ । କୁହଯାଏ ଲାଖଘର ନିର୍ମାଣ କରି ପଂଚୁ ପାଣ୍ଡବଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଦୁର୍ଯ୍ୟୋଧନ । ଲାଖ ଏକ ଦହନୀୟ ପଦାର୍ଥ ହୋଇଥିବାରୁ ଏଥିରେ ନିଆଁଜାଳି ସହଜରେ ପାଣ୍ଡବ ଓ କୁନ୍ତିଙ୍କୁ ମାରିବାକୁ ଯୋଜନା କରିଥିଲେ କୈାରବ । ପୁରାଣ କହୁଛି ସେହି ସମୟର ଭର୍ଣ୍ଣବ୍ରତ ସହରରେ ଏହି ଘର ନିର୍ମାଣ କରିଥିଲେ କୈାରବ ସେନାର ମନ୍ତ୍ରୀ ପୁରୋଚନା ।

ବନବାସ ସମୟରେ ଏଠାରେ ବେଶ କିଛି ସମୟ ଧରି ପାଣ୍ଡବ ମାନେ ରହିଥିଲେ । କିନ୍ତୁ ପାଣ୍ଡବଙ୍କ ପାଇଁ ମୁକ୍ତିର ମାର୍ଗ ଖୋଲି ଦେଇଥିଲେ ବିଦୂର । ସେହି ସମୟରେ ସେ ଏକ ସୁଡଙ୍ଗ ତିଆରି କରିଥିଲେ, ଯେଉଁ ମାର୍ଗ ଦେଇ ପଂଚୁ ପାଣ୍ଡବ ନଜ ଜୀବନ ବଂଚାଇଥିଲେ । ଆଉ ଏବେ ସାମ୍ନାକୁ ଆସିଛି ମହାଭାରତ ଯୁଗର ସେହୀ ରହସ୍ୟମୟ ସୁଡଙ୍ଗ । ଉତ୍ତର ପ୍ରଦେଶର ବାଘପତ ଜିଲ୍ଲାର ବରନାୱରେ ଏଭଳି ଏକ ସୁଡଙ୍ଗରେ ବହୁ ବର୍ଷଧରି ପାଣ୍ଡବଙ୍କ ପୂଜାର୍ଚ୍ଚନା ଚାଲି ଆସୁଛି । ଏ÷ତିହାସିକଙ୍କ ମତରେ ସେହି ସମୟର ବର୍ଣ୍ଣବ୍ରତ ହିଁ ଏବେକାର ବରନାୱ । ଏଣୁ ଏହି ରହସ୍ୟମୟ ସୁଡଙ୍ଗରେ ଦିଲ୍ଲୀ ଏଏସଆଇ ଓ ଗୁମ୍ଫା ଖଦନକାରୀ ଟିମ୍ ମିଳିତ ଭାବେ ଅନୁଧ୍ୟାନ କରିବେ । ଏଥିପାଇଁ ଡିସେମ୍ବର ମାସରୁ ଏକ ତିନି ମାସିଆ ଅନୁସନ୍ଧାନ ଆରମ୍ଭ କରିବ ପ୍ରତନତତ୍ତ୍ୱ ବିଭାଗ ।