ବନ୍ଧା ହେଲେ ପୁଲିସ ବାବୁ: ସୋହେଲାରେ ନାବାଳିକା ଦୁଷ୍କର୍ମ ମାମଲାରେ ଏଏସଆଇ ସମେତ ଅଭିଯୁକ୍ତ ରିକୁ ଗିରଫ

ଦୁଷ୍କର୍ମ ନେଇ ଅଭିଯୋଗ ଆଣିଥିଲେ ଯୁବତୀ, ଧାରା ୧୬୪ରେ ନାବାଳିକାଙ୍କ ବୟାନ ରେକର୍ଡ

204

କନକ ବ୍ୟୁରୋ: ବନ୍ଧା ହେଲେ ପୁଲିସ ବାବୁ । । ନାବାଳିକାକୁ ଦୁଷ୍କର୍ମ ମାମଲାରେ ବରଗଡ ସୋହେଲା ଥାନାର ଏଏସଆଇ ବନମାଳି କୁଅଁର ଓ ଅଭିଯୁକ୍ତ ରିକୁକୁ ପୁଲିସ ଗିରଫ କରିଛି । ଗତକାଲି ଏଏସଆଇ ସସପେଣ୍ଡ କରାଯାଇଥିଲା । ବରଗଡ ଜିଲ୍ଲା ସୋହେଲା ଥାନା ଅଂଚଳର ନାବାଳିକାଙ୍କୁ ତାଙ୍କ ପ୍ରେମିକ ରିକୁ ନାଗ ଗତ ୮ ତାରିଖରେ ଅପହରଣ କରି ନେଇଥିଲା ।

ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ସୋହେଲା ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ରିକୁ ନାଗକୁ ଅଟକ ରଖିଥିଲା । ହେଲେ ପୀଡିତା କହିଛନ୍ତି ଅଭିଯୁକ୍ତ ରିକୁ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଛି । ଆଉ ଏଥିରେ ସହାୟତା କରିଥିଲେ ସୋହେଲା ଥାନାରେ କାର୍ଯ୍ୟରତ ଏଏସଆଇ ବନମାଳି କୁଅଁର ।

ବଡକଥା ହେଉଛି ପୋଲିସ ବାବୁ ଜଣକ କେବଳ ଅଭିଯୁକ୍ତକୁ ସହାୟତା କରିନାହାନ୍ତି ବରଂ ସେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ନାବାଳିକାଙ୍କ ୧୬୪ରେ ବୟାନ ରେକର୍ଡ ମଧ୍ୟ କରିଛି ।